ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ୍ସରେ ଓ ଜନ୍ମମୃତ୍ଯୁ ପ୍ରମାଣପତ୍ର ରୁମରେ ଝୁଲୁଛି ତାଲା

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ୍ସରେ ଓ ଜନ୍ମମୃତ୍ଯୁ ପ୍ରମାଣପତ୍ର ରୁମରେ ଝୁଲୁଛି ତାଲା

ଆର,ଉଦୟଗିରି(ମନୋଜ କୁମାର ପାଢୀ ):ଗଜପତି ଜିଲ୍ଲା ମୋହନା ବ୍ଲକ ରାଜ୍ୟର ଦ୍ଵିତୀୟ ବୃହତମ ବ୍ଲକ ଅଟେ. ହେଲେ ଏହି ବ୍ଲକରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ ବିପଯ୍ୟସ୍ତ ହୋଇପଡିଛି. ସଦାସର୍ବଦା ଏକ୍ସରେ ଓ ଜନ୍ମମୃତ୍ଯୁ ପ୍ରମାଣପତ୍ର କାର୍ଯ୍ୟାଳୟରେ ତାଲା ଝୁଲି ରହୁଛି. ଏନେଇ ସାଧାରଣଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ତୁରନ୍ତ ଏହାର ପ୍ରତିକାର ପାଇଁ ଅଞ୍ଚଳବାସୀ ଦାବି ଜଣାଇ ଆମ ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଓଡ଼ିଶାର ୨ ୟ ବୃହତ୍ତମ ମୋହନା ବ୍ଲକ. ଲୋକେ ସ୍ବାସ୍ଥ୍ୟ ସେବା ସଠିକ ଭାବେ ପାଉ ତଳେ ଉନ୍ନ‌ତ ଚିକିତ୍ସା ପାଇଁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ମୋହନା ବ୍ଳକର ଜନ ସାଧାରଣ ସମେତ ପଡ଼ୋଶୀ ଜିଲ୍ଲା ରାୟଗଡ଼ା, କୋରାପୁଟ ଓ କନ୍ଧମାଳର ସୀମାବର୍ଷି ଅଞ୍ଚଳର ରୋଗୀ ରାତି ପାହିଲେ ମୋହନା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭରସା କରନ୍ତି I କାରଣ ମୋହନା ସ୍ବାସ୍ଥ୍ୟକେନ୍ଦ୍ର ୩୨୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ରହିଛି I ପ୍ରତି ଦିନ ୧୦୦ରୁ ଊର୍ଦ୍ଧ୍ବ ରୋଗୀ ଭରସା କରୁଥିବା ବେଳେ ଛୋଟ ବଡ଼ ଦୁର୍ଘଟଣାର ଶିକାର ରୋଗୀ ମଧ୍ଯ ଆସିଥାନ୍ତି। ହେଲେ ଡାକ୍ତର ରୋଗୀଙ୍କୁ ଏକ୍ସରେ ପାଇଁ ଲେଖୁଲେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କାରଣ ଏକ୍ସରେ ଗୃହରେ ସବୁବେଳେ ତାଲା ଝୁଲି ରହୁଥ‌ିବା ଦେଖାଯାଉଛି। ବହୁ ଅପେକ୍ଷା କରି ତାଲା ଝୁଲୁଥିବା ଦେଖ୍ ନିରାଶରେ ଫେରି ଚଢ଼ା ଦରରେ ଏକ୍ସରେ ବାହାର କରିବାକୁ ବାଧ୍ୟ ହେଉଛନ୍ତି ରୋଗୀ। ସରକାର ) କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦାମିକିଆ ଏକ୍ସରେ ମେସିନ ବସାଇଛନ୍ତି। ତାହା ରୋଗୀ ସେବାରେ ଲାଗୁ ନ ଥିବା ଅଭିଯୋଗ ହେଉଛି| ମେସିନ କଳଙ୍କି ଖାଉଛି। ଖାଉଛି I ଦୀର୍ଘ ଦିନ ହେଲା ତାଲା ଝୁଲୁଥିବା ରୋଗୀ କହିଛନ୍ତି ଛନ୍ତି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମମୃତ୍ଯୁ ପଞ୍ଜୀକରଣ କେନ୍ଦ୍ର ରହିଛି। । ହେଲେ ହେ ଲୋକଙ୍କୁ ଠିକ ସମୟରେ ମିଳୁନି ପ୍ରମାଣପତ୍ର। ଅନେକ ସମୟରେ ଏହି ଏହି କାର୍ଯ୍ୟାଳୟରେ ମଧ୍ୟ ତାଲା ଝୁଲି ରହୁଥ‌ିବା ଦେଖାଯାଉଛି। ଲୋକେ ଲାକେ ପ୍ରମାଣପତ୍ର ନେବାପାଇଁ ଆସି ନିରାଶ ହୋଇ ଫେରି ଯାଉଛନ୍ତି | ସମସ୍ୟା ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅଭିଯୋଗ କଲେ ସେ ଗୁରୁତ୍ବ ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି I ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ମୋହନା ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ଦୂର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *