ପାହାଡରେ ପିଟି ହେଲା ଯାତ୍ରୀବାହୀ ବସ୍, ୩ ଯାତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି ।
ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୧୮/୦୫: ପାହାଡରେ ପିଟିହେଲା ଯାତ୍ରୀବାହୀ ବସ୍। ତିନି ଯାତ୍ରୀ ଗୁରୁତର ହୋଇଥିବା ବେଳେ ସାତ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତ ଆହତ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି।ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ରାୟଗଡ ଥାନା ଅଧିନ ମାର୍ଲବା ଘାଟିରେ ରବିବାର ଭୋରୁ ଇସ୍ପାତ ନାମକ ଯାତ୍ରୀବାହୀ ବସ ଭାର ସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ବସଟି ଭୁବନେଶ୍ୱର ଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ପାହାଡରେ ପିଟିହୋଇଯାଇଥିଲା। ଏଥିରେ ପ୍ରାୟ ପଚିଶି ଜଣ ଯାତ୍ରୀ ଯାତ୍ରା କରୁଥିଲେ। ବସ କଣ୍ଡକ୍ଟରଙ୍କ ସମେତ ତିନି ଯାତ୍ରୀ ଗୁରୁତର ହୋଇଥିବା ସହ ସାତ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
