ଅପରେସନ ସିନ୍ଦୂର ର ସମର୍ଥନରେ ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ତରଫରୁ ବାଇକ ରାଲି ଅନୁଷ୍ଠିତ

ଅପରେସନ ସିନ୍ଦୂର ର ସମର୍ଥନରେ ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ତରଫରୁ ବାଇକ ରାଲି ଅନୁଷ୍ଠିତ

ରାୟଗଡା : ଗତ କାଲି ତା’-୧୭-୦୫-୨୦୨୫ ରିଖ, ସକାଳ ୯:00 ଘଣ୍ଟା ସମୟରେ ଏକ “ପରାକ୍ରମ୍ ତ୍ରିରଙ୍ଗା ବାଇକ୍ ରାଲି” ଅନୁଷ୍ଟିତ ହୋଇଯାଇଛି । ପହଲଗାମ୍ ଅଞ୍ଚଳରେ ହୋଇଥିବା ଆତଙ୍କ ବାଦି ନରସଂହାର ର ପ୍ରତି ଜବାବ୍ ଦେବାରେ ଭାରତୀୟ ବୀର ସେନାବାହିନୀ ମାନଙ୍କ ଦ୍ଵାରା ଯେଉଁ ସୌର୍ଯ୍ୟ ପରାକ୍ରମ ଦେଖାଇ ଥିଲେ , ତାଙ୍କ ସମ୍ମାନ ଓ ବିରତ୍ଵ ଉଦ୍ଧେଶ୍ୟରେ “ଅପରେସନ ସିନ୍ଦୂର” ର ସମର୍ଥନରେ “ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ” ତରଫରୁ ଏହି ରାଲି କରାଯାଇଅଛି । ଏହା ରାୟଗଡ଼ାର ସିରିଗୁଡ଼ା ନିକଟସ୍ତ ବେଦାମାତା (ଇଣ୍ଡିଆନ ଅଏଲ) ପେଟ୍ରୋଲ ପମ୍ପ ଠାରୁ ଆରମ୍ବ ହୋଇ ମା ମଝିଘରିଆଣି ମନ୍ଦିର, ରାୟଗଡା ସହର ଦେଇ ଦୀର୍ଘ 10 କିଲୋମିଟର ଅତିକ୍ରମ କରି ଜେ.କେ ପୁର ପର୍ଯ୍ୟନ୍ତ ରାଲି ଅନୁଷ୍ଠିତ ହୋଇଯାଇଛିlଏତଦ୍ବାରା ରାୟଗଡା ଜିଲ୍ଲାର ସମସ୍ତ୍ ନାଗରିକ, ବିଭିନ୍ନ ଅନୁଷ୍ଠାନ ଓ ସଙ୍ଗଠନ ତଥା ସଧାରଣ ନାଗରିକ ଙ୍କ ସହିତ ବିଜେପି ର କାଳିରାମ ମାଝୀ, ପଦ୍ମନାଭ ଦାସ ଟୁଟୁ ଦାସ, ବସନ୍ତ ଉଲାକା, ମଞ୍ଜୁଳା ମିନିୟାକା, ଏହି ରାଲିରେ ଯୋଗ ଦେଇଥିଲେ lସୂଚନାଯୋଗ୍ୟଯେ ଏହି ରାଲି ଦିନ 9 ଘଂଟିକା ସମୟରେ ଆରମ୍ବ ହେବ ବୋଲି ଦିନ 10.32 ସମୟରେ ସୂଚନା ଦିଆଯାଉଛି l ଆଜୀର ଏହି ରାଲି ଟି ଏମ ଗୋପୀ ଆନନ୍ଦ , ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ତଥା ଆବାହକରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ରାୟଗଡା ଙ୍କ ନେତୃତ୍ୱ ରେ ହୋଇଥିଲା ହୋଇଥିଲାରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *