ସଡକ ଦୁର୍ଘଟଣାରେ ୨ ମୃତ ୧୪ ଆହତ।
ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅର୍ନ୍ତଗତ ବଡଖୋଲି ନିକଟରେ ଏକ ଡାଲା ଅଟୋ ଡ଼୍ରାଇଭର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିବାରୁ ଗାଡ଼ି ରେ ବସିଥିବା ଦୁଇ ମହିଳା ସରୋଜିନୀ ସାହୁ ଓ ଗାୟତ୍ରୀ ଗୌଡ ଙ୍କର ମୃତ୍ୟୁ ହୋଇଥିବାବେଳେ ଗାଡ଼ି ରେ ବସିଥିବା ଅନ୍ୟ ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ କେତେଜଣ ଆସ୍କା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ କେତେଜଣ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ନିକଟସ୍ଥ ସାନଖୋଲି ଗ୍ରାମର ଯଜ୍ଞ ଦେଖିବା ଉକ୍ତ ସମସ୍ତ ଯାତ୍ରୀ ଉକ୍ତ ଗାଡିରେ ଯାଇ ନିଜ ଗ୍ରାମ ଭେଟନଇ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ମୃତ ଦୁଇ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
