ଉପାନ୍ତ ବାସି ଜାଣି ନାହାନ୍ତି କେବେ ନିର୍ବାଚନ।

ଉପାନ୍ତ ବାସି ଜାଣି ନାହାନ୍ତି କେବେ ନିର୍ବାଚନ।

ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଠାରୁ ମାତ୍ର ତିନି କିମି ଦୂର ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲା ସୀମାନ୍ତ ରେ ଡଙ୍ଗାମରା ଗାଁ ଅବସ୍ଥିତ ।କୋମନା ବ୍ଲକ ନିକଟସ୍ଥ ଗାଁ ହେଲେ ମଧ୍ୟ ଉପାନ୍ତ ଅଞ୍ଚଳର ଲୋକେ କେବେ ମତଦାନ ରହିଛି ତାହା ମଧ୍ୟ ଜାଣି ନାହାନ୍ତି। ନେତା ମନ୍ତ୍ରୀ ସବୁ ଆଡେ ବୁଲି ପ୍ରଚାର କରିଛନ୍ତି ହେଲେ ସେହି ଗାଁ କୁ କେହି ଜଣେ ମଧ୍ୟ ଯାଇ କି ପ୍ରଚାର କରି ନାହାନ୍ତି ।କଣ ଦଳୀୟ ଚିଂହ୍ନ ରହିଛି ସ୍ଵାଧୀନ ପ୍ରାର୍ଥୀ ଙ୍କ ଚିହ୍ନ ରହିଛି ଜାଣି ନାହାନ୍ତି ବା ଶୁଣି ନାହାଁନ୍ତି ।

ସ୍ଵାଧୀନତା ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକେ ଲୋକେ ମୌଳିକ ସମସ୍ୟା ରୁ ବାଦ୍ ପଡିଛନ୍ତି। ନା ଅଛି ରାସ୍ତା,ନା ଅଛି ବିଜୁଳି ଆଲୁଅ, ନା ଅଛି ପାନୀୟ ଜଳ ର ସୁବିଧା ସବୁ ସୁବିଧା ର ବାଦ୍ ପଡିଛନ୍ତି ଉପାନ୍ତ ଅଞ୍ଚଳ ବାସି।ସେହି ଗାଁ 25 ପରିବାର ବାସ କରୁଥିବା ବେଳେ 60-70 ଜନ ସଂଖ୍ୟା ରହିଛି ।ରାଜ୍ୟ ସରକାର 25 ବର୍ଷ ଶାସନ କାଳରେ ଏପରି ଗାଁ ଏବେ ମଧ୍ୟ ରହିଛି ।ସରକାର ବାହା ବାହା ନେଉଛନ୍ତି ଯେ ସବୁ ସୁବିଧା ଲୋକ ଠାରେ ପହଞ୍ଚାଉଛୁ ବୋଲି କହୁଛନ୍ତି।କିନ୍ତୁ ତାହା ବାସ୍ତବରେ କାର୍ଯ୍ୟକାରି ହୋଇନାହିଁ ।ପ୍ରଶାସନ ର ମଧ୍ୟ ନଜର ରେ ନାହିଁ ଏହି ଗାଁ ପ୍ରତି ।ରାସ୍ତା ନ ଥିବାରୁ ନେତା ମନ୍ତ୍ରୀ ପ୍ରଚାର ପାଇଁ ଯାଉ ନାହାଁନ୍ତି ।ଦେଖିବା କୁ ବାକି ରହିଲା କେବେ ପ୍ରଶାସନ ଓ ସରକାର ଏହି ଗାଁ ପ୍ରତି କେବେ ସୁବିଧା କରୁଛନ୍ତି ।

Leave a Reply

Your email address will not be published. Required fields are marked *