ମା ମୁତ୍ୟାଲୁମା ଠାକୁରାଣୀ ଙ୍କ ନୂତନ ମନ୍ଦିର ସହିତ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଆରମ୍ବ
ରାୟଗଡା : ରାୟଗଡା ଜ଼ିଲ୍ଲା କୋଳନରା ବ୍ଲକ ସଦର କୋଳନରା ଠାରେ ନୂତନ ଭାବେ ନିର୍ମିତ ମନ୍ଦିର ସହିତ ବିଗ୍ରହ ଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଗତ 04.05.2025 ରୁ ଆରମ୍ବ ହୋଇଯାଇଛି ଯାହାର ପୂର୍ଣ୍ଣାହୁତି ଆସନ୍ତା 07.05.2025 ହେବା ର କାର୍ଯ୍ୟକ୍ରମ ରହିଛି l 4 ତାରିଖ ରବିବାର ଦିନ ମଣ୍ଡଳୀ କରଣ, ଦୀକ୍ଷା ଗ୍ରହଣ ଓ ଅଙ୍କୁରରୋପଣ ଅନୁଷ୍ଠିତ ହୋଇଯାଇଛି l 5 ତାରିଖ ସମବାର ଦିନ କଳସ ଯାତ୍ରା, ଶାଳା ସଂସ୍କାର ଗ୍ରାମଦେବତୀ ଙ୍କ ଆଜ୍ଞାମାଳ ବିଜେ ମଣ୍ଡଳ ପୂଜା, ସୂର୍ଯ୍ୟ ପୂଜା, ସୋରାଗନି ଧ୍ୟାନ, ପାର୍ବତ୍ୟଗିନୀ ସ୍ଥାପନ, କରିଶାଳା କର୍ମ, ଆରତୀ ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଯାଇଛି l ଠିକ ସେହିପରି ଆସନ୍ତା 6 ତାରିଖ ମଙ୍ଗଳ ବାର ଦିନ ସୂର୍ଯ୍ୟ ପୂଜା ଗୋପୁଜା, ମଣ୍ଡଳ ପୂଜା, ଦେବତା ସ୍ନାନ, ନଗର ପରିକ୍ରମା, ଚଣ୍ଡୀ ପାଠ, ପ୍ରାଣ ପ୍ରତିଷ୍ଠା ଓ ମନ୍ଦିର ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା କୁ ଥିବା ବେଳେ ଅନ୍ତିମ ଦିନ,7 ତାରିଖ ବୁଧବାର ଦିନ ସୂର୍ଯ୍ୟ ପୂଜା, ଗୋପୁଜା, ମଣ୍ଡଳ ପୂଜା, 108 ବିଲ୍ଵ ପୂଜା, ମା ଙ୍କ ଷୋଡସ ଉପଚାର ପୂଜା ଦେବତା ଙ୍କ ପ୍ରସାଦ ବିଜେ, ମହାଧ୍ଵଜ ଉତୋଳନ, ପୂର୍ଣ୍ଣାହୁତି ସହିତ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି l ଭକ୍ତ ବୃନ୍ଦ ଓ ଜନସାଧାରଣ ନଲ ମନରଞ୍ଜନ ନିମନ୍ତେ ରାଧା ପ୍ରେମ ଲୀଳା ରବିବାର, ଭାରତ ଲୀଳା ସମବାର ଦିନ, ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ରାମାୟଣ ନାଟକ ଅନୁଷ୍ଠିତ ହେବାକୁ ଯାଉଛି l ପ୍ରାଣ ପ୍ରତିଷ୍ଠା ର ଅନ୍ତିମ ଦିନ 7 ତାରିଖ ରେ ଜନସାଧାରଣ ଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଛି ବୋଲି ମା ମୁତ୍ୟାଲୁଆମ୍ମା ମନ୍ଦିର ପରିଚାଳନାକମିଟି ପକ୍ଷରୁ ଇପିଲି ଧବଳେଶ୍ୱର ନାଇଡ଼ୁ ଓ ଜଗନ୍ନାଥ ଦୋରା ବାବୁନି ଏହି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଉପସ୍ଥିତ ର ମା ଙ୍କ ଆଶୀର୍ବାଦ ଭିକ୍ଷା ନିମନ୍ତେ ନିବେଦନ କରିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
