ମୀନକେତନ ମହାଦେବ ଙ୍କ ମିନାଝୋଲା ରେ ସ୍ପଟିକ ଲିଙ୍ଗ ର ପ୍ରାଣ ପ୍ରତିଷ୍ଠା ର ଶୁଭଅନୁମୋଚନ କରିଲେ ମାନ୍ୟବର ମନ୍ତ୍ରୀ ବିଭୁତି ଜେନା

ମୀନକେତନ ମହାଦେବ ଙ୍କ ମିନାଝୋଲା ରେ ସ୍ପଟିକ ଲିଙ୍ଗ ର ପ୍ରାଣ ପ୍ରତିଷ୍ଠା ର ଶୁଭଅନୁମୋଚନ କରିଲେ ମାନ୍ୟବର ମନ୍ତ୍ରୀ ବିଭୁତି ଜେନା

ରାୟଗଡା : ରାୟଗଡା ଜ଼ିଲ୍ଲା ର ଗୁଡାରି ଚନ୍ଦ୍ରପୁର ବ୍ଲକ ର ସୀମାନ୍ତ ହନୁମନ୍ତପୁର ପଂଚାୟତ ର ବଂଶଧାରା, ଚାଉଳଧୁଆ ଓ ଫଳଫଳିଆ ପବିତ୍ର ନଦୀ ର ତ୍ରିବେଣୀ ସଂଗମ ସ୍ଥଳ ମିନାଝୋଲା ଠାରେ ଅବସ୍ଥିତ ଜନକଲ୍ୟାଣ ଆଶ୍ରମ ପରିସରରେ ମଙ୍ଗଳ ବର 29.04. 2025 ତାରିଖ ଦିନ ମୀନକେତନ ମହାଦେବ ଓ ମାତା ପାର୍ବତୀ ଙ୍କ ଯୁଗଳ ପ୍ରତିମୂର୍ତ୍ତି ସହିତ ସ୍ପଟିକ ଲିଙ୍ଗ ସହିତ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ, ମାତା ସୀତା ଓ ବଜରଙ୍ଗବାଲି ହନୁମାନ ଙ୍କ ପିତଳ ମୂର୍ତ୍ତି ସହିତ ମାର୍ବଲ ରେ ନିର୍ମିତ ରାଧା କୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ସହିତ ଅନ୍ୟ ପାର୍ଶ୍ଵ ଦେବଦେବୀ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସେଥିପାଇଁ ମିନାଝୋଲା ଜଣକଲ୍ୟାଣ ଆଶ୍ରମ ମଙ୍ଗଳ ବାର ଦିନ ପବିତ୍ର ଅମୃତ ବେଳା ରେ ଏହିକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଜନକଲ୍ୟାଣ ଆଶ୍ରମ ର ଅଧକ୍ଷ ବାଳ କୃଷ୍ଣ ପଣ୍ଡା, ମିଟ୍ସ ଗ୍ରୁପ ର ବିଶ୍ୱଜିତ ପଣ୍ଡା ଓ ଜନ କଲ୍ୟାଣ ଆଶ୍ରମ ର ପରିଚାଳକ ସ୍ୱାମୀଜାନାକାନନ୍ଦ ଗିରି ଙ୍କ ତତ୍ୱାବଧାନ ରେ ଆଶ୍ରମ ପରିସରେ ନବ ନିର୍ମିତ ଗୁରୁକୁଳ ଆଶ୍ରମ ର ଶ୍ରେଣୀ ଗୃହ ଓ ଭୋଜନାଳୟ କୁ ମାନ୍ୟବର ମନ୍ତ୍ରୀ ବିଭୁତି ଭୂଷଣ ଜେନା ପରିବହନ, ବାଣିଜ୍ୟ ତଥା ଇସ୍ପାତ ଓ ଖଣି ବିଭାଗ ଓଡିଶା ସରକାର ଙ୍କ କରକମଳ ରେ 29.04 ରେ ଉଦଘାଟିତ ହୋଇଯାଇଛି l ଏଥିରେ ଜ଼ିଲ୍ଲାପାଳ ରାୟଗଡା ପାରୁଲ ପଟୱାରି ଙ୍କ ଯୋଗ ଦେବା ର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ କୌଣସି କାର୍ଯ୍ୟବ୍ୟସ୍ତତା ପାଇଁ ଉପସ୍ଥିତ ରହିପାରିଲ ନାହିଁ l ଆଜିର ଏହି କାର୍ଯ୍ୟକ୍ରମ ରେ ଦୀର୍ଘ ଦୁଇ ବର୍ଷ ଧରି ଏହି ଆଶ୍ରମ ପକ୍ଷରୁ ପ୍ରକାଶିତ ହୋଇଆସୁଥିବା ତ୍ରୟ ମାସିକ ପତ୍ରିକା ଶିବା ଦି ଲିଯେଣ୍ଡ ଗୋଡ଼ ପତ୍ରିକା ର ସ୍ଵନକ୍ଷେତ୍ର ଦିବସ ରେ ପତ୍ରିକା ର ଶୁଭ ଉନ୍ମୋଚନ କରିଥିଲେ ମାନ୍ୟବର ମନ୍ତ୍ରୀ l ଏହି ପତ୍ରିକା ବହୁ ବାଧାବିଘ୍ନ ରେ ଏହି ପତ୍ରିକା ଦୁଇ ବର୍ଷ ପୂରଣ କରି ଆଜି ତୃତୀୟ ବର୍ଷ ରେ ତାହାର ସ୍ଵନକ୍ଷେତ୍ର ଦିବସ ରେ ପଦାର୍ପଣ କରିଛି ଏହି ପତ୍ରିକା କୁ ମାନ୍ୟବର ମନ୍ତ୍ରୀଙ୍କ କର କମଳ ରେ ଉନ୍ମୋଚନ ହୋଇଥିବା ରୁ ମୁଁ ବେଶ ଆନନ୍ଦିତ ବୋଲି ପତ୍ରିକା ର ସମ୍ପାଦକ ଉଦୟ ଚନ୍ଦ୍ର ପଣ୍ଡା କହିଛନ୍ତି l ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ମନ୍ତ୍ରୀଙ୍କ ସହିତ ଜ଼ିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ରାୟଗଡା ଟ୍ରକ ମାଲିକ ସଭାପତି ତଥା ବିଜେପି ର ବରିଷ୍ଠ ନେତା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ, ଶିବ ପଟ୍ଟନାୟକ, କଳିରାମ ମାଝୀ, ଶିବ ଉଲାକା ମଂଚାସୀନ ରହିଥିଲେ ଓ ଏହି କାର୍ଯ୍ୟକ୍ରମ ନିମନ୍ତେ ସୁଦୂର ଭାରତ ବର୍ଷ ବିଭିନ୍ନ ସ୍ଥାନ ରୁ ସ୍ଥାନ ରୁ ବହୁ ସାଧୁସନ୍ତ ଙ୍କ ଆଗମନ ଦେଖିବାକୁ ମିଳିଥିଲା l ଏହି କାର୍ଯ୍ୟକ୍ରମ ରେ ରାୟଗଡା ରୁକେ ଶ୍ରୀନିବାସ,ହସମୁଖ ହାସୁ ଭାଈ କେ ସି ପଟ୍ଟନାୟକ, ଲଷ୍ମୀ ମୋହନ ପଟ୍ଟନାୟକ, ହରି ହର ହିମରିକା ବକ ନେତୃତ୍ୱ ରେ ହଜାର ହଜାର ସଂଖ୍ୟା ରେ ଜନସାଧାରଣ ଯୋଗ ଦେଇଥିଲେ lଆଜିର ଏହି ଦିନ ରେ ମଧ୍ୟ୍ୟ ନବ କୁଣ୍ଡିୟ ଗାୟତ୍ରୀ ମୋହ ଯଂଜ୍ଞ ଅନୁଷ୍ଠିତ ହୋଇଥିଲା l ଏହି ଦୁଇ ଦିନ ଭକ୍ତ ଓ ଜନସାଧାରଣ ଙ୍କ ରହିବା ଓ ଖାଇବା ନିମନ୍ତେ ମିଟ୍ସ ଗ୍ରୁପ ରାୟଗଡା ଓ ଜନକଲ୍ୟାଣ ଆଶ୍ରମ ପକ୍ଷରୁ ଆୟୋଜନ କରାଯାଇଥିଲା ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ସହିତ ମିଟ୍ସ ଗ୍ରୁପ ରାୟଗଡା ଓ ଜନକଲ୍ୟାଣ ଆଶ୍ରମ ର ଅଧକ୍ଷ ବଲକୃଷ୍ଣ ପଣ୍ଡା ଓ ପରିଚାଳକ ସ୍ୱାମି ଜନକାନନ୍ଦ ଗିରି ଙ୍କ ପାଇଁ ଆଜି ମିନାଝୋଲା ର ପ୍ରଚାର ପ୍ରସାର ହୋଇପାରିଛିବୋଲି ସ୍ଥାନୀୟ ବାସୀ ମତ ରଖିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *