ବରଗଡ ଜିଲ୍ଲା ରେମଣ୍ଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବରଗଡ ଜିଲ୍ଲା ରେମଣ୍ଡା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ଅତିଥି ପରିଚୟ ପ୍ରଦାନ ଓ ମଂଚ ପରିଚାଳନା କରିଥିଲେ,ବିଦ୍ୟାଳୟର ଶିକ୍ଷକ ଦେବପ୍ରସନ୍ନ ଦାଶ। ଏହି ଉତ୍ସବରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପକ୍ଷରୁ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ।ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାଦେବ ଭୋଇ ।ବାର୍ଷିକ ବିବରଣୀ ପାଠ କରିଥିଲେ, ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ଜୟଶ୍ରୀ ଖଟୁଆ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ସମ୍ମାନିତ ଅତିଥି ବରଗଡ ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ପରିଚାଳନା କମିଟି ର ଅଧ୍ୟକ୍ଷା ରାଶେଶ୍ବରୀ ଭୋଇ, ମୁଖ୍ୟ ବକ୍ତା ଭାବେ ପନ୍ଚ ଶିକ୍ଷା କମିଟି ର ସଭାପତି ପୂର୍ବତନ ପ୍ରଫେସର ଡଃ ବାଳଗୋବିନ୍ଦ ବାବୁ, ପନ୍ଚଶଖା ସେତୁର କୋଷାଧ୍ୟକ୍ଷ ଶିବ ପ୍ରସାଦ ଖମାରୀ, ସରପଞ୍ଚ ଉଦ୍ଧବ ବାରିକ, ରେମଣ୍ଡା ସିଆରସିସି ମନୋରଞ୍ଜନ ବେହେରା, ଭେଡେନ ନାଗରିକ କମିଟି ସଭାପତି ସ୍ଵାଧୀନ ରଥ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପାଠପଢ଼ା ରେ ଧ୍ୟାନ ଦେଇ ଭବିଷ୍ୟତ ସୁନାଗରିକ ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ନିହାର ରଞ୍ଜନ ମହାନନ୍ଦ କଂ ଭବିଷ୍ୟତ ବିଦ୍ୟାଳୟର ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଭିନ୍ନ ପ୍ରକାର ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ସହଯୋଗ କରିଥିଲେ, ବିଦ୍ୟାଳୟର ଶିକ୍ଷକ ନୀରରଂଜନ ପଟ୍ଟନାୟକ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହାଦେବ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି ଉତ୍ସବରେ ବିଭିନ୍ନ ଅଞ୍ଚଳରୁ ନିମନ୍ତ୍ରୀତ ଅତିଥି ଓ ଭଦ୍ରବ୍ୟକ୍ତି ମାନେ ଯୋଗ ଦେଇଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅନୁପମା ପଣ୍ଡା ଓ ସ୍ୱନାମଧେୟ ବିଶିଷ୍ଟ କଳାକାର ଛବିଳ ପ୍ରଧାନ ପ୍ରମୁଖ ଉପଦେଷ୍ଟା ଉପସ୍ଥିତ ରହି ସଫଳତା ହାସଲ ପାଇଁ ସହଯୋଗ କରିଥିଲେ। ଅବସରରେ ପରିଚାଳନା କମିଟି ର ସମସ୍ତ ସଦସ୍ୟ /ସଦସ୍ୟା, ଅଭିଭାବିକ/ଅଭିଭାବିକା ଗ୍ରାମବାସୀ, ପରିଚାଳନା ସହଯୋଗ ରେ କରିଥିଲେ।

Leave a Reply

Your email address will not be published. Required fields are marked *