ସେମିଳିଗୁଡା ମହାବିଦ୍ୟାଳୟର ଏନଏସଏସ ତରଫରୁ ରକ୍ତଦାନ ଶିବିର!

ସେମିଳିଗୁଡା ମହାବିଦ୍ୟାଳୟର ଏନଏସଏସ ତରଫରୁ ରକ୍ତଦାନ ଶିବିର। ସେମିଳିଗୁଡା.ତାରିଖ ୧୫,୪,୨୦୨୫:ସେବାପକ୍ଷ ଉପଲକ୍ଷେ ସେମିଳିଗୁଡା ମହାବିଦ୍ୟାଳୟର ଜାତୀୟସେବା ଯୋଜନା ଶାଖା ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ରମାରଞ୍ଜନ ପଟ୍ଟନାୟକ ଉଦଘାଟନ କରିଥିଲେ। ଶିବିରରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଓ ବରିଷ୍ଠ ସମାଜସେବୀ ତଥା ଲିଭ ଫର ଅଦର୍ସର ସାଧାରଣ ସମ୍ପାଦିକା ସ୍ନିଗ୍ଧାରାଣୀମିଶ୍ର ଯୋଗ ଦେଇ ରକ୍ତଦାତାମାନଙ୍କୁ ଉସ୍ଚାହିତ କରିଥିଲେ।ଶିବିରକୁ ଏନଏସଏସର କାର୍ଯ୍ୟକ୍ରମ ଅଧିକାରୀ ସ୍ନିଗ୍ଧା ପଟ୍ଟନାୟକ ପରିଚାଳନା କରିଥିଲେ ଓ ନିଜେ ରକ୍ତଦାନ କରିଥିଲେ। ଅଧ୍ୟାପକ ଓ ପୁରୁଷ ଶାଖାର କାର୍ଯ୍ୟକ୍ରମ ଅଧିକାରୀ ରମେଶ କୁମାର ମଲ୍ଲିକ, ଅଧ୍ୟାପକ ଅଲେଖ ଦାସ,ସୋନାଲୀ ପତି,ସୁଚିସ୍ମିତା ନାୟକ ଓ ରାକେଶ କୁମାର ଦାସ ରକ୍ତଦାନ କରିଥିଲେ। ଅନେକ ଛାତ୍ର ଛାତ୍ରୀ ପ୍ରଥମଥର ରକ୍ତଦାନ କରିଥିଲେ। ସମୁଦାୟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଡାକ୍ତର ମଧୁସୂଦନ ବଳିୟାରସିଂହ ଓ ତାଙ୍କ କର୍ମଚାରୀ ବି. ଗଂଗାଧର, ବିକାଶ ଗୌଡ, ରବୀନ୍ଦ୍ର ମିଶ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାତାମାନଙ୍କୁ ଫୁଲଗଛ ଚାରା ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *