ପ୍ରୋଷ୍ଟେଟ ବୃଦ୍ଧି ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ପ୍ରୋଷ୍ଟେଟ ବୃଦ୍ଧି ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ପୌରୁଷଗ୍ରନ୍ଥି ବୃଦ୍ଧି ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ପରାମର୍ଶ ଦେଲେ ଗ୍ରୀଷ୍ମରେ ଅଜୀର୍ଣ୍ଣ,ଅଧିକ ଥଣ୍ଡା,ଖଟା, ମିଠା ମଦ୍ୟଆଦି ପାନୀୟ ସେବନ ଦ୍ଵାରା ପୁରୁଷ ହରମୋନ ଟେଷ୍ଟୋଷ୍ଟେରୋନ କମ୍ ଓ ସ୍ତ୍ରୀ ହରମୋନ ଇଷ୍ଟ୍ରୋଜନ୍ ଅସମାନତାରୁ ପୌରୁଷ ଗ୍ରନ୍ଥି ବଢ଼ିଯାଇ ପରିସ୍ରା ବିନ୍ଦୁ ବିନ୍ଦୁ ହୁଏ, ଯାଉ ଯାଉ ଲୁଗାରେ ହୋଇଯାଏ , ପରିସ୍ରା ହୋଇ ଅଟକି କିଛି ସମୟ ପରେ ହୁଏ, ରାତ୍ରରେ ବାରମ୍ବାର ହୁଏ ବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ।ବାରମ୍ଵାର କ୍ୟାଥେଟର ବ୍ୟବହାର ଓ ସଂକ୍ରମଣରୁ କ୍ୟାନସର୍ ମଧ୍ଯ ହୋଇପାରେ। ପ୍ରୋଷ୍ଟେଟ୍ ବୃଦ୍ଧିରୁ ରକ୍ଷା ପାଇବା ପାଇଁ ଗୋଖରା,ବରୁଣ,ପୁରୁଣୀ, କଖାରୁ ମଞ୍ଜି, ଗୁଳୁଚି, ଘୃତ କୁମାରୀ, କୋଳଥ ଚିକିତ୍ସକଙ୍କ ପରାମର୍ଶରେ ଖାଇଲେ ଓ ତ୍ରିକୋଣlସନ,ଗୋମୁଖାସନ,ପ୍ରାଣାୟାମ, ସକାଳ ସନ୍ଧ୍ୟା ଦଶ ମିନଟ, ଦୁଇ ଗୋଡକୁ ଚାପିରଖି ପୁଣି ପ୍ରସାରଣ କଲେ ଭଲ ହୋଇଯାଏ।ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ,ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *