ବାଙ୍କାମ୍ୱ ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ଛାତ୍ର ଛାତ୍ରୀ ଶିକ୍ଷକ ଙ୍କୁ ଦେଲେ ବିଦାୟ ସମ୍ବର୍ଦ୍ଧନା।

ବାଙ୍କାମ୍ୱ ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ଛାତ୍ର ଛାତ୍ରୀ ଶିକ୍ଷକ ଙ୍କୁ ଦେଲେ ବିଦାୟ ସମ୍ବର୍ଦ୍ଧନା।

ରାୟଗଡ଼ା ୧୩/୦୪(ପ୍ରଫୁଲ୍ଲ କୁମାର ବେହେରା) କାଶୀପୁର ବ୍ଲକ ଅନ୍ତର୍ଗତ ବାଙ୍କାମ୍ୱ ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ଛାତ୍ର ଛାତ୍ରୀ ମାନେ ଦୁଇଟି ଶିକ୍ଷକ ଙ୍କୁ ଦେଲେ ବିଦାୟ ସମ୍ବର୍ଦ୍ଧନା। ବାଙ୍କାମ୍ୱ ପ୍ରାଥମିକ ବିଦ୍ୟାଳୟ ର ପୂର୍ବତନ ଛାତ୍ର ଛାତ୍ରୀ ଙ୍କ ମିଳିତ ସହଯୋଗ ରେ ଏକ ବିଦାୟ କାଳୀନ ସଭା ଆୟୋଜନ ହୋଇଥିଲା ଉକ୍ତ ସଭାରେ ବାଙ୍କାମ୍ୱ ଗ୍ରାମ ପଞ୍ଚାୟତ ସରପଞ୍ଚ ପିକୁକୁ ମାଝୀ ମୁଖ୍ୟ ଅତୀଥି ଭାବେ ଜଗଗଦେଇ ଥିବାବେଳେ ସମ୍ମାନୀୟ ଅତିଥି ଭାବେ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ଶିକ୍ଷକ ପୋଲେଶ୍ୱର ବାଘ, ମାଧବ ନନ୍ଦ ପଣ୍ଡା, ପଦ୍ମନାଭ ମହାନ୍ତି ମଞ୍ଚାସିନ ଥିବାବେଳେ ବାଙ୍କାମ୍ଵ ପ୍ରାଥମିକ ବିଦ୍ୟାଳୟ ରେ ଅଧ୍ୟୟନ କରିଥିବା ପୁର୍ବତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ପ୍ରଥମେ ଜଗନ୍ନାଥ ଙ୍କ ଫଟରେ ଦ୍ଵୀପ ପ୍ରଜ୍ବଳନ କରି ଉପସ୍ଥିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ପରେ ଶିକ୍ଷକ ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପରିଚୟ ପ୍ରଦାନ କରିଥିଲେ। ଦୁଇଟି ଅବସର ପ୍ରାପ୍ତ ଶିକ୍ଷକ ମାଧବ ନନ୍ଦ ପଣ୍ଡା ଉକ୍ତ ବିଦ୍ୟାଳୟ ରେ ପ୍ରଥମେ ୧୯୯୭ ରେ ଆସି ଦୀର୍ଘ ବର୍ଷ ରହିଥିଲେ ପରେ ସ୍ଥାନୀୟ ମଇଲିଗୁଡା ବିଦ୍ୟାଳୟ ରୁ ଅବସର ପ୍ରାପ୍ତ ହୋଇଥିଲେ। ସେହିଭଳି ପଦ୍ମନାଭ ମହାନ୍ତି ମଧ୍ୟ ମାଙ୍କଡଝୋଲା ପରେ ପୋଡ଼ାପାଡ଼ି ପରେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଗୁଣବତ୍ତା ଓ ଶିକ୍ଷକକୋତା କୁ ବହୁ ମାତ୍ରାରେ ମନେ ପକାଇ ଭୁରି ଭୁରି ପ୍ରଶଂସା କରିବା ସହ ଏକ ସୁନ୍ଦର୍ ମାହଲ ରେ ବିଦାୟ ଦେଇଥିଲେ। ସୂଚନା ଥାଉ କି ଯାହା ବିଦ୍ୟାଳଗୁଡିକରେ ବିଦାୟ କାଳୀନ ସଭା କରାଯାଉଛି କିନ୍ତୁ ପୂର୍ବତନ ଛାତ୍ର ଛାତ୍ରୀ ମାନେ ଆଜି ପର୍ଯ୍ୟନ୍ତ କରିନାହାନ୍ତି ଏହା ଅଞ୍ଚଳ ପାଇଁ ପ୍ରଥମ ଥର ଏବଂ ଅନ୍ୟମାନେ ଏହା ଦେଖି ଆଗକୁ ଶିଖିବେ ବୋଲି ଶିକ୍ଷକ ମାନେ ମତ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *