ଏସ୍ଏସ୍ଡି ଉଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ବୈଠକ

ଏସ୍ଏସ୍ଡି ଉଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ବୈଠକ

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ନୁଆଗଡ ବ୍ଳକର ଦୋଘରିୟା ସରକାରୀ ଏସ୍ଏସ୍ଡି ଉଚ ବିଦ୍ୟାଳୟ ପରିସରରେ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଖଜୁରୀପଦା ସରପଞ୍ଚ ସଣ୍ଡୁ ମଣ୍ଡଳ, ସମ୍ମାନିତ ଅତିଥି ସମିତିସଭ୍ୟା ଗୌରୀ ଦେବୀ, ଫରେଷ୍ଟ ବିଜୟ ମହାରଣା, ଡାକ୍ତର ମନୋରଞ୍ଜନ ବିଷୋୟୀ ଓ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବହୁ ସଂଖ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଶୈକ୍ଷିକ ବିଷୟ ଉପରେ ବିବରଣୀ ପାଠ କରିଥିଲେ । ଅଧ୍ୟକ୍ଷା ଯୁକ୍ତ ୨ କଲେଜ ସମ୍ପକିତ ବିଭିନ୍ନ ବିଷୟ ନେଇ ସୁଚନା ଦେଇଥିଲେ । ଛାତ୍ରୀଛାତ୍ରଙ୍କ ପାଠପଢା, ଛାତ୍ରାବାସ ଓ ଛାତ୍ରୀ ନିବାସ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *