ଜେଲ୍ ଫେରନ୍ତା ସାନଭାଇ କୁ ହତ୍ୟା କଲା ବଡ଼ଭାଇ।

କୋଦଳା ଥାନା ଅର୍ନ୍ତଗତ ବାଦପଲୀ ଗ୍ରାମର ରେ ପାରିବାରିକ ଗଣ୍ଡଗୋଳ କୁ ନେଇ ବଡ଼ଭାଇ କୈଳାଶ ରାଉତ ସାନଭାଇ ଲିପୁନ୍ ରାଉତକୁ ହାତ ଗୋଡ଼ ବାନ୍ଧି ଠେଙ୍ଗା ରେ ପିଟି ପିଟି ହତ୍ୟା କରିଛି ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲିପୁନ୍ ର ଶବକୁ ଉଦ୍ଧାର କରି ବଡ଼ଭାଇ ଓ ଭାଉଜକୁ ଥାନା ରେ ରଖି ଜେରା କରୁଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ଲିପୁନ୍ କୌଣସି ମାମଲା ରେ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇ ଜେଲରେ ଥିଲା ଓ ୪ ମାସ ପରେ ଜେଲ୍ ରୁ ଆସିବା ପରେ ବଡ଼ଭାଇ ସହ ସମ୍ପତ୍ତି ଭାଗବଣ୍ଟା ଓ ପାରିବାରିକ ଗଣ୍ଡଗୋଳ କୁ ନେଇ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ବଡ଼ଭାଇ କୈଳାଶ ଲିପୁନ୍ କୁ ଠେଙ୍ଗା ରେ ପିଟି ହତ୍ୟା କରିଥିବା ଜଣାପଡ଼ିଛି। ଏହି ଭଳି ସମ୍ବେଦନଶୀଳ ପରିସ୍ଥିତିରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ଅନୁଧ୍ୟାନ କରୁଛନ୍ତି।

By admin

Leave a Reply

Your email address will not be published. Required fields are marked *