ପଞ୍ଚାୟତ ସ୍ତରରେ ଆୟୁଷମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ର ଶୁଭାରମ୍ଭ….
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଅନ୍ତର୍ଗତ ଗାର୍ଡିଙ୍ଗିଆ, ପାବୁରିଆ ଏବଂ ଗୁଟିଙ୍ଗିଆ ପଞ୍ଚାୟତ ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ଶୁଭାରମ୍ଭା ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଗାର୍ଡିଙ୍ଗିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ମଲିକ ଓ ପାବୁରିଆ ରେ ସରପଞ୍ଚ ସଂଜୟ ନାୟକ ଓ ଗୁଟିଙ୍ଗିଆ ପଞ୍ଚାୟତ ସରପଞ୍ଚ ଆକାଂକ୍ଷା ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ଗାର୍ଡିଙ୍ଗିଆ ରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନିଲ କୁମାର ମଲିକ,ମୁଖ୍ୟ ଅତିଥି ଭାବରେ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁର ଯୋଗ ଦେଇଥିବା ବେଳେ, ପାବୁରିଆ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ ଓ ,ଗୁଟିଙ୍ଗିଆ ପଞ୍ଚାୟତ ରେ ଅତିରିକ୍ତ ଯନ୍ତ୍ରୀ ରୁଦ୍ର ନାରାୟଣ ମାଝୀ ଙ୍କ ଉପସ୍ଥିତି ରେ ଆୟୁଷମାନ ଜନ ଆରୋଗ୍ୟ ଯୋଜନା ର ଉଦଘାଟନ କରିଥିଲେ | ଏହି ପ୍ରତ୍ୟକ କାର୍ଯ୍ୟକ୍ରମରେ ଟିକାବାଲି ଏବଂ ପାବୁରିଆ ମଣ୍ଡଳ ର ଭାଜପା ତୃଣମୂଳ ସ୍ତର ର କର୍ମୀ ମାନେ ଉପସ୍ଥିତ ଥିଲେ |ଏହି ଅବସର ରେ ପ୍ରତ୍ୟକ ପଞ୍ଚାୟତ ରେ ପ୍ରାଥୀମିକା ସ୍ତରରେ 10ଜଣ ଲେଖାଏଁ ହିତାଧିକାରୀ ମାନଙ୍କୁ କାର୍ଡ ଦିଆ ଯାଇଛି l ଗୋଟିଏ ସଚେତନତା ରଥ ର ଉଦଘାଟନ ମଧ୍ୟ କରାଯାଇଛି l ଯାନ୍ତ୍ରିକ ତ୍ରୁଟି ପାଇଁ ଡିଜିଟାଲ ମାଧ୍ୟମରେ ଜନସାଧାରଣ ରାଜ୍ୟ ସ୍ତରୀୟ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନା ର ଉଦଘାଟନ କାର୍ଯ୍ୟକ୍ରମ ଦେଖି ପାରିନଥିଲେ | ଏହି କାର୍ଯ୍ୟକ୍ରମ ଗୁଡିକରେ ଗ୍ରାମପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ଆଶା, ଅଙ୍ଗନବାଡି କର୍ମୀ, ଏବଂ ଅଞ୍ଚଳ ର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ରହି ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉର୍ଦ୍ଧେଶ୍ୟ ସାରା ଓଡିଶା ର ସମସ୍ତ ଗରୀବ ପରିବାର ଯାହାଙ୍କ ପାଖରେ ଜାତୀୟ ଖାଦ୍ୟସୁରକ୍ଷା ଯୋଜନାରେ ଏବଂ ରାଜ୍ୟ ଖାଦ୍ୟସୁରକ୍ଷା ଯୋଜନାରେ ରେ ସାମିଲୀ ଅଛନ୍ତି ସେ ସମସ୍ତ ପରିବାରକୁ ଏହି ଯୋଜନା ମାଧ୍ୟମରେ ସମସ୍ତ ସୁବିଧା ମୁକ୍ତ ଭାବରେ ଚିକିତ୍ସା ପାଇଁ ସୁବିଧା ମିଳିବ |

