ବସ୍ ଧକ୍କାରେ ହୋଟେଲ୍ କର୍ମଚାରୀ ର ମୃତ୍ୟୁ।

ବସ୍ ଧକ୍କାରେ ହୋଟେଲ୍ କର୍ମଚାରୀ ର ମୃତ୍ୟୁ।

ଆସ୍କା ଥାନା ଅର୍ନ୍ତଗତ କାଳଷଣ୍ଢ ପୁର ଛକରେ ଆଜି ପୁର୍ବାହ୍ନରେ କାଳେଶ୍ଵର ନାମକ ଏକ ଘରୋଇ ବସ୍ ଗୋପିନାଥ ବେହେରା ନାମକ ଜଣେ ହୋଟେଲ୍ କର୍ମଚାରୀ ପାଇଁ କାଳ ସାଜିଥିଲା ଓ ଉକ୍ତ ବସ୍ ଧକ୍କାରେ ଗୋପିନାଥ ର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଆସ୍କା ନିକଟବର୍ତ୍ତୀ ମଙ୍ଗଳପୁର ଗ୍ରାମର ଗୋପିନାଥ ସବୁ ଦିନ ଭଳି ଆଚାର୍ଯ୍ୟ ହୋଟେଲ୍ ରେ କାମ କରିବାପାଇଁ ଆସୁଥିବା ବେଳେ ବ୍ରହ୍ମପୁର ଠାରୁ ଭଞ୍ଜନଗର ଯାଉଥିବା ଉକ୍ତ ବସ୍ ତାକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଯାହା ଫଳରେ ଗୋପିନାଥ ଛିଟିକି ପଡ଼ି ତା’ର ମୃତ୍ୟୁ ଘଟିଛି। ଖବର ପାଇ ଆସ୍କା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ କୁ ଜବତ କରି ଗୋପିନାଥ ର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *