ମଝିଘରିଆଣି ମନ୍ଦିରରେ ଓଡ଼ିଆ ଲେଖାକୁ ଅଣଦେଖା, ଇଂରାଜି ଲେଖାକୁ ଗୁରୁତ୍ଵ।
ରାୟଗଡ଼ – ରାୟଗଡ଼ ଜିଲ୍ଳାର ପ୍ରସିଦ୍ଧ ମନ୍ଦିର ମା ମଝିଘରିଆଣୀ ମନ୍ଦିରରେ ଓଡ଼ିଆ ଭାଷାରେ ଲେଖାକୁ ଅଣଦେଖା କରାଯାଉଛି। ଏପରିକି ଇଂରାଜି ଭାଷାର ବୋର୍ଡ ଗୁଡ଼ିକ ଲଗେଇବା ସହ ମନ୍ଦିର ପ୍ରବେଶ ଦ୍ଵାରରେ, ମନ୍ଦିର ପାର୍ଶ୍ୱରେ, ମନ୍ଦିର ଭିତରେ ଯେଉଁଠି ଦେଖିବେ ଇଁରାଜୀ ଲେଖା ଦେଖିବାକୁ ମିଳୁଛି। କିଛି ଦିନ ତଳେ ମଝିଘରିଆଣୀ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପାର୍କିଂ ସ୍ଥଳରେ “MGT” ଇଁରାଜୀ ଭାଷାରେ ବଡ଼ ବଡ଼ ଅକ୍ଷରରେ ସିମେଣ୍ଟ ତିଆରି କରି ଲେଖା ଯାଇଛି। ଅନ୍ୟପଟେ ଇଂରାଜି ରେ”MGT” ବୋଲି ଲେଖାକୁ ବିଭିନ୍ନ ମହଲରୁ ନିନ୍ଦା ଏବଂ ଗଣ ମାଧ୍ୟମରେ ଖବର ପ୍ରଚାର୍ ପ୍ରସାର ହେବା ପରେ, ମନ୍ଦିର ପରିଚାଳନା କମିଟି ତରବରିଆ ଭାବରେ ଚିତ୍ରକାରଙ୍କୁ ଡାକି ସେହି “MGT” ଲେଖା ପଛ ପଟ କାନ୍ଥରେ ଲୋକ ଦେଖାଣିଆ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଲେଖିଛନ୍ତି। ଏଠାରେ ସବୁରି ମନରେ ପ୍ରଶ୍ନ ଉଠିଛି ଯେ, ରାୟଗଡ଼ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାରେ ଇଁରାଜୀ ରେ ନାମ ଲେଖା ଫଳକର ଆବଶ୍ୟକତା କଣ ରହିଛି! ପୁଣି ଏହି ରାୟଗଡ଼ ଜିଲ୍ଲାରେ ଓଡ଼ିଆ ଏବଂ ତେଲୁଗୁ ଭାଷାଭାଷୀ ରହନ୍ତି। ଏହିଭଳି ଇଂରାଜି ଭାଷାର ନାମ ଫଳକ ଲଗାଇ ମନ୍ଦିର ପରିଚାଳନା କମିଟି ଓଡ଼ିଆ ମାତୃଭାଷା କୁ ଏବଂ ସ୍ଥାନୀୟ ଅଂଚଳର ତେଲୁଗୁ ଭାଷାକୁ ମଧ୍ୟ ଅଣଦେଖା କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଏପ୍ରିଲ ପହିଲାରୁ ଉତ୍କଳର ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ଵ ଦେବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଧେଶ ରହିଛି। ବର୍ତ୍ତମାନ୍ ୧୪ ଦିନ ଧରି ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଅନ୍ୟପଟେ ସରକାରି , ବେସରକାରୀ, ସ୍କୁଲ, କଲେଜ, ଧାର୍ମିକ ଅନୁଷ୍ଠାନ ଗୁଡ଼ିକରେ ଓଡିଆ ନାମ ଫଳକ ରହିବା ନେଇ ଗତ ୦୪ ତାରିଖ ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ପଦଯାତ୍ରା ବାହାର କରଯାଇଥିଲା। ଏହା ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ସହ ଡ଼ାକବାଜି ଯନ୍ତ୍ର ଦ୍ବାରା ଓଡ଼ିଆରେ ଲେଖା ଓ ଓଡ଼ିଆ ରେ ନାମ ଫଳକ ରହିବା ବାଧ୍ୟତାମୂଳକ ନଚେତ୍ ଆଇନ୍ ଅନୁଯାୟୀ ନୋଟିସ କରିବା ପ୍ରଚାର୍ କରାଯାଉଅଛି। ଏପରି ସ୍ଥଳେ ରାୟଗଡ଼ ଅତିହ୍ୟ, ସଂସ୍କୃତି , ପରମ୍ପରାକୁ ମଧ୍ୟ ଗୋଟିଏ ପ୍ରକାର ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଅତି ଶିଘ୍ର ଏହି ଇଁରାଜୀରେ “MGT” ଲେଖାକୁ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଛି।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
