ଆକ୍ରମଣ ଅଭିଯୋଗ ରେ ପାନ ଦୋକାନୀ ଗିରଫ।

ଆକ୍ରମଣ ଅଭିଯୋଗ ରେ ପାନ ଦୋକାନୀ ଗିରଫ।

ଗଞ୍ଜାମ:ବଡ଼ବଜାର ଥାନା ଅର୍ନ୍ତଗତ ଶାର୍ଗୁଣା ସାହିର ରାକେଶ ପାତ୍ର ନାମକ ଜଣେ ଯୁବକ କୁ କାଳୁପାତ୍ର ସାହିର ବିଶ୍ଵଜିତ ବେହେରା ନାମକ ଜଣେ ପାନ ଦୋକାନୀ ଏକ କାଠ ଫାଳିଆ ଦ୍ୱାରା ଆକ୍ରମଣ କରିଥିଲା। ଯାହା ଫଳରେ ରାକେଶ ଗୁରୁତର ଅବସ୍ଥାରେ ଚେତା ଶୁନ୍ୟ ହୋଇ ପ୍ରଥମେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲା ଓ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ଜଣାପଡିଛି ଯେ ଆହତ ରାକେଶ ଦୋକାନୀ ବିଶ୍ଵଜିତ ଦୋକାନ ରୁ କିଛି ଜିନିଷ ନେଇ ଅର୍ଥ ଫେରାଇନଥିବା ଯୋଗୁଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ କ୍ରୋଧିତ ବିଶ୍ଵଜିତ ଦୋକାନରେ ଥିବା ଏକ କାଠ ଫାଳିଆ ରେ ରାକେଶ ର ମୁଣ୍ଡ ଓ କାନକୁ ମାରଣାନ୍ତକ ଆକ୍ରମଣ କରିଥିଲା। ଯାହା ଫଳରେ ସେ ଗୁରୁତର ଆହତ ହୋଇଥିବା ବେଳେ ରାକେଶ ର ମାଁ ଲକ୍ଷ୍ମୀ ପାତ୍ର ଙ୍କ ଅଭିଯୋଗ କ୍ରମେ ବଡ଼ବଜାର ଥାନା ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇ ଅଭିଯୁକ୍ତ ବିଶ୍ଵଜିତ କୁ ଗିରଫ କରିବା ସହ କାଠ ଫାଳିଆ କୁ ଜବତ କରିଛନ୍ତି।

Leave a Reply

Your email address will not be published. Required fields are marked *