ବିଧାନସଭା କମିଟିରେ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କଲେ ପାରଳା ବିଧାୟକ

ବିଧାନସଭା କମିଟିରେ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କଲେ ପାରଳା ବିଧାୟକ

*ବିଧାନସଭା କମିଟିରେ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କଲେ ପାରଳା ବିଧାୟକ* ।ଗଜପତି,17.11( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ବାର୍ଦ୍ଧକ୍ୟ ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନରେ ବିଳମ୍ବ ଏବଂ ହିତାଧିକାରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ସ୍ୱର ଉଠାଇଛନ୍ତି। ଏଥିସହ ବାତ୍ୟାରେ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାର ଖର୍ଷଣ୍ଡା ଗ୍ରାମର ଅଙ୍ଗନୱାଡ଼ି କର୍ମୀମାନଙ୍କ ପକ୍ଷରୁ ଉଠାଯାଇଥିବା ସୁଭଦ୍ରା ଯୋଜନା ସମ୍ପର୍କିତ ସମସ୍ୟା ଉପରେ ମଧ୍ୟ ସେ ଆଲୋଚନା କରିଥିଲେ।ବିଧାନସଭା ସଚିବାଳୟ ପକ୍ଷରୁ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କ ଦ୍ଵାରା ଆହୂତ ବୈଠକରେ କମିଟି ସଦସ୍ୟମାନଙ୍କ ମଧ୍ୟରେ ପ୍ରାଥମିକ ଆଲୋଚନା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗର ସଚିବଙ୍କ ସହ ଆଲୋଚନା ହୋଇଥିଲା।

ଏଥିରେ ୨୦୨୫-୨୦୨୬ ବର୍ଷର ତୃତୀୟ ରିପୋର୍ଟରେ କମିଟି ପକ୍ଷରୁ ଦିଆଯାଇଥିବା ପର୍ଯ୍ୟବେକ୍ଷଣ ଓ ସୁପାରିଶ ଉପରେ ବିଭାଗର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ସହ ବିଭାଗର ସାଧାରଣ କାର୍ଯ୍ୟକଳାପ ସମୀକ୍ଷା କରାଯାଇଥିଲା।ବୈଠକରେ ବିଧାୟକ ରୂପେଶ ପାଣିଗ୍ରାହୀ ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ଠିକ୍ ସମୟରେ ମିଳୁନଥିବା ଅଭିଯୋଗକୁ ଗୁରୁତ୍ୱର ସହ ଉପସ୍ଥାପନ କରିଥିଲେ। ଏହାର ଉତ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ହିତାଧିକାରୀଙ୍କୁ ନିର୍ଦ୍ଧାରିତ ସମୟରେ ଭତ୍ତା ପ୍ରଦାନ କରାଯିବା ସହ ବକେୟା ରହିଥିବା ହିତାଧିକାରୀଙ୍କୁ ମଧ୍ୟ ଅତିଶୀଘ୍ର ଭତ୍ତା ଦିଆଯିବ ବୋଲି ସୂଚନା ଦିଆଯାଇଥିବା ଜଣାପଡ଼ିଛି।ଅନ୍ୟପକ୍ଷରେ, ବାତ୍ୟାରେ କ୍ଷତିଗ୍ରସ୍ତ ଖର୍ଷଣ୍ଡା ଗ୍ରାମର ଅଙ୍ଗନୱାଡ଼ି ଦିଦିମାନେ ସୁଭଦ୍ରା ଯୋଜନାକୁ ନେଇ ଯେଉଁ ସମସ୍ୟା ଓ ଅଭିଯୋଗ ଉଠାଇଥିଲେ, ସେହି ପ୍ରସଙ୍ଗକୁ ମଧ୍ୟ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ରଖିଥିଲେ।ଗଜପତି ଜିଲ୍ଲାର ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ବ୍ୟକ୍ତି ଓ ମହିଳାମାନେ ଯେପରି ସରକାରୀ ଯୋଜନାର ସୁବିଧା ସଠିକ୍ ସମୟରେ ପାଇପାରିବେ, ସେଥିପାଇଁ ବିଧାନସଭା ସ୍ତରରେ ଏହି ପ୍ରସଙ୍ଗ ଉଠାଯାଇଥିବାରୁ ଜିଲ୍ଲାବାସୀ ଏହାକୁ ସ୍ୱାଗତ କରିଛନ୍ତି।