ଏସ. ପି କନ୍ଧମାଳ ଙ୍କ ଦ୍ୱାରା ସଂମାନିତ ହେଲେ ସମାଜ ସେବୀ ସାଥି ଗଣ ……………………..
କନ୍ଧମାଳ :ତା 14/11/ 26 (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ମୁଖ୍ୟ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ରମେନ୍ଦ୍ର ପ୍ରସାଦ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ, ବିଭିନ୍ନ ବ୍ଲକର ଥିବା ସମାଜ ସେବୀ ଯେଉଁ ମାନେକି ନିସ୍ଵାର୍ଥପର ଭାବ ରେ ସଡ଼କ ଦୁର୍ଘଟଣା ହେଉ କିମ୍ବା ଯେକୌଣସି ଅଭାବ ଅସୁବିଧା, ଅସହାୟ ଗରୀବ, ଦୁଃଖଦ ଘଟଣା ଓ ପ୍ରତିକୂଳ ପରିସ୍ଥିତି ରେ ସେହି ସ୍ଥାନ ରେ ପହଂଚି ସହାୟତା ଓ ସହଯୋଗ ର ସାଥି ହୋଇ ଠିଆ ହୁଅନ୍ତି l ଏବଂ ତୁରନ୍ତ ନିକଟସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଂଚିବା ପାଇଁ ପ୍ରୟାସ କରିଥାନ୍ତି.ଯାହା ଦ୍ୱାରା ଅନେକ ଲୋକଙ୍କୁ ମରଣ ମୁହଁରୁ ଉଦ୍ଧାର କରି ପୁନଃ ଜନ୍ମ ପାଇବା ରେ ସଫଳ ହୋଇଥିବା ଦେଖିବା କୁ ମିଳିଛି l
ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସନୀୟ କାର୍ଯ୍ୟ ବୋଲି ଏସ. ପି. କନ୍ଧମାଳ ହୃଦବୋଦ୍ଧ କରି, ସମାଜରେ ପ୍ରତ୍ୟେକ ବ୍ୟକ୍ତି ଏଭଳି ପରଉପକାର ପାଇଁ ଏବଂ ସମାଜ ମଙ୍ଗଳ ପାଇଁ ଆଗକୁ ଆସିବା ଦରକାର ବୋଲି କହିଛନ୍ତି l ଏବଂ ତାଙ୍କରି ଏହି ମହାନ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଉତ୍ସାହିତ କରି ସଂମାନ ପ୍ରଦାନ କରିଛନ୍ତି l
ଯାହାକୁ ନେଇ ଅନ୍ୟ ମାନେ ମଧ୍ୟ ଅନୁ ପ୍ରାଣିତ ପାଇଁ ଆୱାନ ଦେଇଛନ୍ତି ଏସ. ପି. କନ୍ଧମାଳ ରାମେନ୍ଦ୍ର ପ୍ରସାଦ l ଜିଲ୍ଲା ରେ ଏଭଳି କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସୀ ସ୍ବାଗତଂ ଜଣାଇଛନ୍ତି l
