ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୦୦୧ ଦୀପ ପ୍ରଜ୍ଜ୍ୱଳନ ସହ ଦୀପାବଳି ଉତ୍ସବ ପାଳିତ ।

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୦୦୧ ଦୀପ ପ୍ରଜ୍ଜ୍ୱଳନ ସହ ଦୀପାବଳି ଉତ୍ସବ ପାଳିତ ।

*ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୧୦୦୧ ଦୀପ ପ୍ରଜ୍ଜ୍ୱଳନ ସହ ଦୀପାବଳି ଉତ୍ସବ ପାଳିତ ।

ଗଜପତି ,7.11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଆଲୋକର ପର୍ବ ଦୀପାବଳି ଅବସରରେ ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଦୀପାବଳି ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ଦେବୀମଠର ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାଶ ମହାରାଜ ଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଜେନା ଏବଂ ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ଅତିଥି ଓ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ୧୦୦୧ଟି ଦୀପ ପ୍ରଜ୍ଜ୍ୱଳନ। ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଦେଶବାସୀ ତଥା ସମଗ୍ର ବିଶ୍ୱବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ଏହି ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହାଦ୍ୱାରା ବିଦ୍ୟାଳୟ ପରିସର ଆଲୋକମୟ ହୋଇଉଠିବା ସହ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି ଓ ଅଭିଭାବକଙ୍କ ମନ ମୋହିଥିଲା।ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏବଂ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କ ସକ୍ରିୟ ସହଯୋଗରେ ଏହି ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଆଲୋକ, ଆଧ୍ୟାତ୍ମିକତା ଓ ବିଶ୍ୱମଙ୍ଗଳର ବାର୍ତ୍ତା ବହନ କରିଥିବା ଏହି ଦୀପାବଳି ଉତ୍ସବ ବିଦ୍ୟାଳୟରେ ଏକ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିଥିଲା।