ଅର୍ଣ୍ଣବ ତାଣ୍ଡବ: ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ, ପୋଲ ଉପରେ ଚାଲିଲା ୩ ଫୁଟର ପାଣି ।

ଅର୍ଣ୍ଣବ ତାଣ୍ଡବ: ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ, ପୋଲ ଉପରେ ଚାଲିଲା ୩ ଫୁଟର ପାଣି ।

ଅର୍ଣ୍ଣବ ତାଣ୍ଡବ: ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ, ପୋଲ ଉପରେ ଚାଲିଲା ୩ ଫୁଟର ପାଣି ।

ଗଜପତି,୨୮ା୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ): ଅର୍ଣ୍ଣବ ପ୍ରଭାବ ଗଜପତି ଜିଲା ମୋହନା ଅଞ୍ଚଳରେ ପଡ଼ିଛି। ଦୁଇଦିନ ହେଲାଣି ତୁହାକୁ ତୁହା ବର୍ଷା ସହ ପବନ ଲାଗି ରହିଛି। ବୁଧବାର ଅପରାହ୍ନ ବ୍ରହ୍ମପୁରଠାରୁ ଜୟପୁରକୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥର ମୋହନା ନିକଟରେ ଥିବା ଲେଡବନ୍ଧ ପୋଲ ଉପରେ ପ୍ରାୟ ୩ ଫୁଟ ପାଣି ଚାଲୁଛି। ଯାହା କି ଗାଡ଼ ଚଳାଚଳ ଠପ୍‌ ହୋଇଯାଇଛି। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ରାସ୍ତାକୁ ସିଲ୍‌ କରି ଜନ ସାଧାରଣଙ୍କୁ ସଚେତନା କରୁଛି। ଅନ୍ୟପଟେ ମୋହନାଠାରୁ ଗୁଣ୍ଡ୍ରିଗୁଡ଼ାକୁ ସଂଯୋଗ କରୁଥିବା ଏକ ପୋଲର ପାର୍ଶ୍ୱରେ ଥିବା ଗାଡ଼ଓ୍ବାଲ ସମ୍ପୂର୍ଣ୍ଣ ଧସେଇ ଯାଇଛି। ଯାହା ଫଳରେ ଦୁଇରୁ ଅଧିକ ଗାଁ ଏବେ ବିଚ୍ଛିନ୍ନ ହୋଇ ରହିଛି। ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା ବିରାଟକାୟ ଗଛକୁ କାଟିବା ପାଇଁ ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳିଛି।