ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଦେଶ ବଞ୍ଚାଓ ଭୋଟ ବଞ୍ଚାଓ କାର୍ଯ୍ୟକ୍ରମ ର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ବରଗଡ-୨୭,୧୦ (ଭବାନୀ ଶଙ୍କର ପାଢ଼ୀ ପାଢ଼ୀ)
ବରଗଡ ଜିଲ୍ଲା ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଭେଡେନ ଟ୍ରେକର ଷ୍ଟାଣ୍ଡ ଶୋଭାଯାତ୍ରା ବାହାରି ଭେଡେନ ବସଷ୍ଟାଣ୍ଡ ଠାରେ ମହାତ୍ମାଗାନ୍ଧୀ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ” ଜାତୀୟ ସଂଗୀତ” ଗାନ କରାଯାଇଥିଲା। ଏହି ଶୋଭାଯାତ୍ରା ରେ ଭୋଟ ଚୋରୀ ଓ ଦେଶ ବଞ୍ଚାଓ ର ବିଭିନ୍ନ ପ୍ରକାର ର ସ୍ଲୋଗାନ ଦେଇ ଟ୍ରେକର ଷ୍ଟାଣ୍ଡ ପହଁଚି ଥିଲା। ଏକ ସଭାର ଆୟୋଜନ କରାଯାଇଥିଲା।ଏଥିରେ ଜ୍ଞାନେଶ୍ କୁମାର, ନରେନ୍ଦ୍ର ମୋଦୀ, ଅମିତ ଶାହା କଂ ଇସ୍ତଫା ସହିତ କୁଶ ପୁତ୍ତଳିକା ଦାହ କରି ଭୋଟ ଚୋରି, ଦେଶ ବଞ୍ଚାଓ ର ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ। ଏହି ସମୟରେ ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା, ବରଗଡ ଜିଲ୍ଲା କଂଗ୍ରେସ କମିଟି ସଂପାଦକ ସଞ୍ଜୟ ନନ୍ଦ, ଭେଡେନ କିଶାନ ସେଲ ସଭାପତି ମାଧବ ସାହୁ, ପୂର୍ବତନ ଭେଡେନ କଂଗ୍ରେସ କମିଟି ସଭାପତି ଗଣେଶ ପଧାନ, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ଗୋପାଳ ବାଗ, ବରିଷ୍ଠ କଂଗ୍ରେସ ନେତା ଦଶରଥ ମେହେର , ଦୋଳଗୋବିନ୍ଦ ବେହେରା, ଠକୁ ଭୋଇ, ରସିକ ସାହୁ,ମିନତୀ ସାହୁ, ଠିକାଦାର ସେଟ, ପଞ୍ଚା ଭଏନା, ଅରକ୍ଷିତ ବାଗ, ଗଏନୁ ଛନ୍ଦ, ସାଧୁଚରଣ କର୍ମି, ଫଗନୁ କଲେତ, ବଲରାମ ସାହୁ, ଚିନ୍ତାମଣି, ରାଜୁ, ଖେତୁ ଓ ଅନ୍ୟାନ୍ୟ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳତାର ସହିତ ଶେଷ ହୋଇଥିଲା।ପରିଶେଷରେ କିଶାନ ସେଲ ର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଦେଶ ବଞ୍ଚାଓ ଭୋଟ ବଞ୍ଚାଓ କାର୍ଯ୍ୟକ୍ରମ ର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
