ସର୍ପ ଦଂଶନ ରେ ଯୁବ ଚାଷୀଙ୍କ ବିୟୋଗ।
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବୁଗୁଡ଼ାପଲୀ ଗ୍ରାମର ବି ତ୍ରିଲୋଚନ ଚୌଧୁରୀ ନାମକ ଜଣେ ଯୁବ ଚାଷୀଙ୍କର ବିଷଧର ସାପ 🐍 ଦଂଶନ ରେ ଅକାଳ ମୃତ୍ୟୁ ଘଟିଛି। ମୃତ ତ୍ରିଲୋଚନ ନିଜ ଜମିରେ ଚାଷ କାମ ତଦାରଖ କରୁଥିବା ବେଳେ ହଠାତ୍ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ଯାହା ଫଳରେ ଗୁରୁତର ଅବସ୍ଥାରେ ସେ ଚିତ୍କାର କରୁଥିଲା ବେଳେ ଅନ୍ୟ ଚାଷୀମାନଙ୍କର ସହଯୋଗ ରେ ତାଙ୍କୁ ହିଞ୍ଜିଳି ଉପକଣ୍ଠ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
