ଲିଭ ଫର ଅଦର୍ସର ସ୍ବଛ ଅଭିଯାନ
ସେମିଳିଗୁଡା.ତାରିଖ ୧୨, ୧୦ ୨୬-ସେବା ସଂକଳ୍ପ ଅଭିଯାନ ଅବସରରେ ସେମିଳିଗୁଡାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲିଭ ଫର ଅଦର୍ସ ତରଫରୁ ସେମିଳିଗୁଡା ପ୍ରେସକ୍ଳବ ପରିସରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସଫା କରିବାସହ ସମସ୍ତ ପରିସରରୁ ଘାସ,ଆବର୍ଜନା କାଢି ସଦସ୍ଯମାନେ ପାଣିରେ ପରିଷ୍କାର କରିଥିଲେ। ମହାପୁରୁଷ ମାନଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।ଏଠାରେ ଆଲୋକ ବ୍ୟବସ୍ଥା ସହ ନିୟମିତ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ପୌରପରିଷଦ ଧ୍ୟାନ ଦେବାକୁ ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର କହିଥୁଲେ। କାର୍ଯ୍ୟକ୍ରମରେ ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସାଧାରଣ ସମ୍ପାଦିକା ସ୍ନିଗ୍ଧାରାଣୀ ମିଶ୍ର ,ସାଂଗଠନିକ ସଂପାଦକ ଗଣେଶ୍ଵର ପାଣିଗ୍ରାହୀ,ସଦସ୍ଯ ବିଶ୍ବ ବନ୍ଦିତା ପାଣିଗ୍ରାହୀ,କିରଣ ତୁରୁକ,ସୋମନାଥ, କାଲା,ସ୍ବସ୍ତିିକ ମିଶ୍ର, ଅନିରୁଦ୍ଧ ଜେନା,ଜେମା ଶିଶା,ସଂଜୟ କୁନି ଦଳେଇ ପ୍ରମୁଖ ସହଯୋଗ କରିଥିଲେ।
