ଦ୍ବାଦଶତମ ଗୋଷାଣି ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ।

ଦ୍ବାଦଶତମ ଗୋଷାଣି ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ।

ଦ୍ବାଦଶତମ ଗୋଷାଣି ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ।

ଗଜପତି,୯.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ)ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଠାରେ ଥିବା ଶ୍ରୀ ଭେଙ୍କଟେଶ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଦ୍ବାଦଶତମ ଗୋଷାଣି ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ ମୁଖ୍ୟ ଇତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଏନ୍. ବିମଳ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ସୁରେନ୍ଦ୍ର କୁମାର ପାତ୍ର, ଗାରାବନ୍ଧ ସରପଞ୍ଚ ପି.ଅଶୋକ କୁମାର, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ କାଳୀ ପ୍ରସାଦ ପଟ୍ଟନାୟକ, ମଧୁସୂଦନପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟି.ଶ୍ରୀନିବାସ ମଞ୍ଚାସୀନ ଥିଲେ । କ୍ରୀଡା ପତାକା ଉତ୍ତୋଳନ ପରେ 14 ବର୍ଷରୁ କମ୍ ଓ 17 ବର୍ଷରୁ କମ୍ ବାଳକ ଓ ବାଳିକା ମଧ୍ୟରୋ ଖୋଖୋ, କବାଡି, ନେଟ୍ ବଲ୍ ପ୍ରତିଯୋଗିତା ହୋଇଥିଲାା । ପ୍ରତିଯୋଗିତାରେ ଗୋଷାଣି ବ୍ଲକର 4ଟି ଜୋନ୍ ରୁ 32 ଗୋଟି ବିଦ୍ୟାଳୟରୁ ମୋଟ 411 ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସମସ୍ତ ପ୍ରତିଯୋଗିତାକୁ କାଳୀ ପ୍ରସାଦ ପଟ୍ଟନାୟକ ନିରୀକ୍ଷଣ କରିଥିବା ବେଳେ ବ୍ଲକର ସମସ୍ତ କ୍ରୀଡା ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗରେ ଶୃହ୍ଖଳିତ ଭାବେ ସମସ୍ତ ପ୍ରତିଯୋଗିତା ପରିଚାଳିତ ହୋଇଥିଲା । ମନୋନୀତ ବାାଳକ ବାଳିକା ପରବର୍ତ୍ତୀ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା କାର୍ଯ୍ୟକାରୀ ସଂଯୋଜକ ଜଁସବୀର ଗମାଙ୍ଗ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ଅତିଥି ଗଣ ବୃକ୍ଷୋରୋପଣ କରିଥିଲେ ।