ରାମନାଗୁଡ଼ା ତହସିଲ ଶୁଣ୍ଢି ଢେପାଗୁଡ଼ା ଗ୍ରାମର ୫୬ ପରିବାରଙ୍କୁ ମିଳିଲା ଘରଡିହ ପଟ୍ଟା

ରାମନାଗୁଡ଼ା ତହସିଲ ଶୁଣ୍ଢି ଢେପାଗୁଡ଼ା ଗ୍ରାମର ୫୬ ପରିବାରଙ୍କୁ ମିଳିଲା ଘରଡିହ ପଟ୍ଟା

ରାମନାଗୁଡ଼ା ତହସିଲ ଶୁଣ୍ଢି ଢେପାଗୁଡ଼ା ଗ୍ରାମର ୫୬ ପରିବାରଙ୍କୁ ମିଳିଲା ଘରଡିହ ପଟ୍ଟା

ରାୟଗଡ ( info media)ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଏବଂ ଲୋକଙ୍କ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ଆୟୋଜିତ ‘ସେବା ସେତୁ ଅଭିଯାନ’ ଅବସରରେ ରାମନାଗୁଡ଼ା ତହସିଲ ଶୁଣ୍ଢି ଢେପାଗୁଡ଼ାଗ୍ରାମର ଗ୍ରାମର ୫୬ଟି ଗୃହହୀନ ପରିବାରଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇଛି। ବହୁ ବର୍ଷ ଧରି ନିଜସ୍ୱ ଭିଟାମାଟି ପାଇଁ ଅପେକ୍ଷା କରି ରହିଥିବା ଏହି ପରିବାରଗୁଡ଼ିକ ମଧ୍ୟରେ ଏହାକୁ ନେଇ ଆନନ୍ଦର ଲହରୀ ଖେଳିଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲପାଳ ରବୀନ୍ଦ୍ର ନାଥ କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ,ଅତିରିକ୍ତ ତହସିଲଦାର ଗୟା ଡମ୍ବରୁ ଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ରହି ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲପାଳ ପ୍ରକାଶ କରିଥିଲେ ଯେ, ସେବା ସେତୁ ଅଭିଯାନ ଜରିଆରେ ସରକାରୀ ଯୋଜନାର ସୁଫଳକୁ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ। ଦୀର୍ଘ ଦିନରୁ ବସବାସ କରି ଆସୁଥିବା ସତ୍ତ୍ୱେ ଘରଡ଼ିହ ପଟ୍ଟା ପାଇବାରୁ ବଞ୍ଚିତ ଥିବା ଏହି ପରିବାରଗୁଡ଼ିକୁ ଚିହ୍ନଟ କରାଯାଇ ତୁରନ୍ତ ରାଜସ୍ୱ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ଭଳି ହିତାଧିକାରୀ ମାନଙ୍କୁ ଚିନ୍ନଟ କରି ପଟ୍ଟା ପ୍ରଦାନ କରିଥିବାରୁ ରାଜସ୍ୟ ଅଧିକାରୀ ମାନଙ୍କ ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଥିଲେ lଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ କୁ ସୁପରଭାଇଜର ଶିବାନନ୍ଦ ଦାଶ, ସୁଦୀପ୍ତା ଶତପଥୀ,ସମୀର ପାଣିଗ୍ରାହି ସହଯୋଗ କରିଥିଲେ।ହାତରେ ଘରଡିହ ପଟ୍ଟା ପାଇବା ପରେ ଶୁଣ୍ଢି ଢେପାଗୁଡ଼ା ଗ୍ରାମବାସୀ ପ୍ରଶାସନ ନିକଟରେ କୃତଜ୍ଞତା ଜଣାଇବା ସହ ନିଜ ପାଇଁ ଏକ ସ୍ଥାୟୀ ପରିଚୟ ଓ ସୁରକ୍ଷା ମିଳିଥିବା କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ପ୍ରଶାସନର ଏଭଳି ଲୋକାଭିମୁଖୀ କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ report