କୁନ୍ଦୁଲୀ ଆଶ୍ରମରେ ଶିଳାନ୍ୟାସ ଶୁଭାରମ୍ଭ

କୁନ୍ଦୁଲୀ ଆଶ୍ରମରେ ଶିଳାନ୍ୟାସ ଶୁଭାରମ୍ଭ

କୁନ୍ଦୁଲୀ ଆଶ୍ରମରେ ଶିଳାନ୍ୟାସ ଶୁଭାରମ୍ଭ

ସେମିଳିଗୁଡା.ତାରିଖ ୮,୧୦,୨୬,ସେମିଳିଗୁଡା ବ୍ଳକ ଅନ୍ତର୍ଗତ କୁନ୍ଦୁଲୀସ୍ଥିତ ଆଦିମ ଗୁରୁକୁଳ ଆଶ୍ରମରେ ଏକ ଶିଳାନ୍ୟାସ ଉସ୍ଚବ ଅନୁଷ୍ଠିତ ହୋଇ ଯାଇଛି।ଭାରତମାଳା ରାସ୍ତା ପାଇଁ କାର୍ଯ୍ଯ କରୁଥିବା ମାର୍ଗ ଦର୍ଶକ ଇନଫ୍ରା କମ୍ପାନୀ ତାଙ୍କ ସିଏସଆର ପାଣ୍ଠିରୁ ଆଶ୍ରମର ଅନ୍ତେବାସୀ ମାନଙ୍କ ପାଇଁ ପାଇଖାନାର ନିର୍ମାଣ ପାଇଁ ଅନୁଦାନ ମଞ୍ଜୁର କରିଥିଲେ। ମୁମ୍ବାଇରୁ କମ୍ପାନୀର ମୂଖ୍ଯ ଶ୍ରୀଯୁକ୍ତ ନୀରଜ ସାଂଗୀ ଓ ଏଠାରେ କାର୍ଯ୍ଯ କରୁଥିବା ଅନ୍ଯାନ୍ଯ କର୍ମକର୍ତ୍ତା ଆସି ଭୂମି ପୂଜନରେ ଭାଗ ନେଇ ଶିଳାନ୍ୟାସ କରିଥିଲେ।ଆଶ୍ରମର ଆଚାର୍ଯ୍ଯ ବିନୟ କୁମାର ବୈଦିକ ଓ ମନୁଦେବ ସ୍ବାମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଗୁରୁକୁଳ ଆଶ୍ରମର ପରିଚାଳନା କମିଟିର ସଭାପତି ଆନନ୍ଦ ପାଟୱାନିଆ, କୋଷାଧ୍ୟକ୍ଷ ଜଳେନ୍ଦ୍ର ତ୍ରିପାଠୀ,ବରିଷ୍ଠ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସମାଜସେବୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର,ବଳରାମ ବାରିକ,ରାଷ୍ଟ୍ରଦୀପ ପ୍ରଚାର ସମିତିର ସଦସ୍ଯ ଉପସ୍ଥିତ ଥିଲେ।ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଲାପରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।