Home / Odisha News / ପାରଳାଖେମୁଣ୍ଡି ପୌରାଞ୍ଚଳ କ୍ଳଷ୍ଟର ସ୍ତରୀୟ ସୁଭଭି ପାଳିତ।

ପାରଳାଖେମୁଣ୍ଡି ପୌରାଞ୍ଚଳ କ୍ଳଷ୍ଟର ସ୍ତରୀୟ ସୁଭଭି ପାଳିତ।

ପାରଳାଖେମୁଣ୍ଡି ପୌରାଞ୍ଚଳ କ୍ଳଷ୍ଟର ସ୍ତରୀୟ ସୁଭଭି ପାଳିତ।

*ପାରଳାଖେମୁଣ୍ଡି ପୌରାଞ୍ଚଳ କ୍ଳଷ୍ଟର ସ୍ତରୀୟ ସୁଭଭି ପାଳିତ।

ଗଜପତି,୬।୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଳୟ ପରିସରରେ ପୌରାଞ୍ଚଳ କ୍ଳଷ୍ଟର ସ୍ତରୀୟ ସୁଭଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୌର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ନିର୍ମଳା ସେଠୀ, ସମ୍ମାନିତ ଅତିଥି ଭାବେ କାଉନସିଲର ଶ୍ରୀ ବାଳକୃଷ୍ଣ ପାତ୍ର,ବାବୁନା ବେହେରା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଟି.କିଶୋର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏନ୍.ବିମଳ, ବିଚିତ୍ରାନନ୍ଦ ବେବର୍ତ୍ତା, ଭାଗବତ ପାଢ଼ୀ, ବେଣୁ ଗୋପାଳ ପାଢ଼ୀ, କବିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ସଙ୍ଗୀତ,ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ , ନୃତ୍ୟ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ପାରଳାଖେମୁଣ୍ଡି ପୌର ପରିଷଦ ଅନ୍ତର୍ଗତ ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଡାକ୍ତର ମୁର୍ମୁ , ସହ ପ୍ରାଧ୍ୟାପକ ଶ୍ରୀ ପ୍ରଦୀପ କୁମାର ଜେନା ଓ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ପୌରାଞ୍ଚଳ ସମ୍ବଳ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ସଙ୍ଗୀତା ପାତ୍ର ପରିଚାଳନା କରିଥିଲେ।