କଇଁଁଝର ଗ୍ରାମପଞ୍ଚାୟତରେ ଜନ ଶୁଣାଣି ଅନୁଷ୍ଠିତ

କଇଁଁଝର ଗ୍ରାମପଞ୍ଚାୟତରେ ଜନ ଶୁଣାଣି ଅନୁଷ୍ଠିତ

କଇଁଁଝର ଗ୍ରାମପଞ୍ଚାୟତରେ ଜନ ଶୁଣାଣି ଅନୁଷ୍ଠିତ….

କନ୍ଧମାଳ :- ତା 05/10 (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତ ରେ ଆଜି ଟିକାବାଲି ତସହସିଲଦାର ଶ୍ରୀ ହରିଶ୍ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜିର ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ରେ ଅଞ୍ଚଳ ର ବିଭିନ୍ନ ପ୍ରକାର ଅଭିଯୋଗ ଆସିଥିବା ବେଳେ, ପ୍ରାୟତଃ ସାମାଜିକ ସୁରକ୍ଷା ଯୋଜନା ହିତାଧିକାରୀ ଯେଉଁମାନେ କି ବ୍ୟାଙ୍କ ମାଧ୍ୟମରେ ଭତା ପାଉଛନ୍ତି, ସେମାନେ କିପରି ନିଜସ୍ୱ ଗ୍ରାମପଞ୍ଚାୟତ ରେ ପାଇ ପାରିବେ, ଏବଂ ରାସନ କାର୍ଡ ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ କିପରି ଯୋଡି ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ, ଓ ଆବସ ଯୋଜନା ରେ କିପରି ଘର ପାଇବେ ସେଥିପାଇଁ ଜନସାଧାରଣ ନିଜ ନିଜର ଅଭିଯୋଗ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରୁନିତା କହଁର, ଟିକାବାଲି ଗ୍ରାମପଞ୍ଚାୟତ Sector ଅଧିକାରୀ ସୁରେଶ ବାରିକ, ଗ୍ରାମୀଣ ଗୃହ ବିଭାଗ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଅର୍ଜୁନ ନାୟକ, ଗ୍ରାମୀଣ ଜଳ ଯୋଗାଣ ଯନ୍ତ୍ରୀ ପ୍ରଭୁ ପ୍ରସାଦ ସାହୁ, ଟିକାବାଲି ବ୍ଲକ ମନରେଗା ସହାୟକ,ରଶ୍ମିରଞ୍ଜନ ଦିଗାଲ,ଏ. ଡ଼ି. ଓ, ଟିକାବାଲି ଗ୍ରାମପଞ୍ଚାୟତ ମାନସ ରଞ୍ଜନ ସାହୁ, ADEO କଟିମାହାଗ୍ରାମପଞ୍ଚାୟତ ,ଶ୍ରମିକ କହଁର,ADEO, କଇଁଝରଗ୍ରାମପଞ୍ଚାୟତ ଅମ୍ବିକା ପ୍ରସାଦ ଦିଗାଲ, ADEO, ବୁର୍ବିନାଯୁ ଗ୍ରାମପଞ୍ଚାୟତ ପୁରଞ୍ଜନ କହଁର, ସମେତ କଇଁଝର କୃଷି ଅଧି ଦର୍ଶକ ନରେନ୍ଦ୍ର ପାଣିଗ୍ରାହୀ, ପ୍ରମୁଖ ଉପସ୍ଥିତ ରହି ଜନସାଧାରଣ ଙ୍କ ଅଭିଯୋଗ ଗୁଡ଼ିକ ଗ୍ରହଣ କରିଥିଲେ l ସୂଚନା ଅନୁସାରେ ସରକାର ଙ୍କ ଏଭଳି ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ କୁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l