ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ

ବ୍ରହ୍ମପୁର,ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ “ଜାତୀୟ ସଙ୍ଗୀତ କଳାକେନ୍ଦ୍ର” ପରିଚାଳିତ ‘ସାହିତ୍ୟ ସନ୍ଧ୍ୟା’ ତରଫରୁ କଳାକେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। କଳାକେନ୍ଦ୍ର ସଭାପତି ଶିକ୍ଷା ପ୍ରଦୀପ ଦେବୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ବରିଷ୍ଠ ଶିକ୍ଷାବିତ୍ ତଥା ବର୍ଷିୟାନ୍ ସାରସ୍ୱତ ସାଧକ ହାଡିବନ୍ଧୁ ମାଳି, ସାରସ୍ୱତ ସାଧକ ତଥା ମଞ୍ଚ ଅଭିନେତା ଡଃ. ବିଜୟ ଚନ୍ଦ୍ର ମହାରଣା, ପ୍ରାଧ୍ୟାପକ ଡଃ. ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ସାରସ୍ୱତ ଜଗତରେ ସାହିତ୍ୟ ସନ୍ଧ୍ୟାର ପ୍ରଶଂସାର୍ହ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। କବୟିତ୍ରୀ ନିହାରିକା ସାହୁଙ୍କ ସଂଯୋଜନା କ୍ରମେ ସର୍ବଶ୍ରୀ ମାନସ ରଞ୍ଜନ ଦାସ, ସୂର୍ଯ୍ୟ ନାରାୟଣ ପାତ୍ର, ପ୍ରଦୀପ କୁମାର ଶତପଥୀ, ନରେନ୍ଦ୍ର ପ୍ରସାଦ ଦାସ, ଦୀନବନ୍ଧୁ ଶ୍ରୀପଲ୍ଲଵ, ଶିବାନୀ ତ୍ରିପାଠୀ ପ୍ରମୁଖ ବହୁ କବି କବୟିତ୍ରୀ ସ୍ଵରଚିତ କବିତା ପାଠ କରିଥିଲେ।

ଏହି ଅବସରରେ ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ତଦନୁସାରେ ପ୍ରାଧ୍ୟାପକ ଡଃ. ଲକ୍ଷ୍ମୀ ନାରାୟଣ ପଣ୍ଡା ସଭାପତି, ସୌଦାମିନୀ ମିଶ୍ର ଉପ-ସଭାପତି, ବି. ସତ୍ୟମ ଆଚାରୀ ସମ୍ପାଦକ, ନିହାରିକା ସାହୁ ଏବଂ ସୁଦ୍ଧାଞ୍ଜଳି ମିଶ୍ର ସହ- ସମ୍ପାଦିକା ଭାବେ ସର୍ବସମ୍ମତ କ୍ରମେ ଚୟିତ ହୋଇଥିବା ବେଳେ ସର୍ବଶ୍ରୀ ନିତ୍ୟାନନ୍ଦ ପାଢ଼ୀ, ସୁଦାମ ପାଣିଗ୍ରାହୀ, ଶୁଭେନ୍ଦୁ କୁମାର ସାମନ୍ତରାୟ, ମନମୋହନ ରଥ, ଶିବାନୀ ତ୍ରିପାଠୀ, ପଦ୍ମିନୀ ମିଶ୍ର ପ୍ରମୁଖ କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ଚୟିତ ହୋଇଥିଲେ। ସାହିତ୍ୟ ସନ୍ଧ୍ୟାର ଉପଦେଷ୍ଟା ଭାବେ ସର୍ବଶ୍ରୀ ଡଃ. ବିଜୟ ଚନ୍ଦ୍ର ମହାରଣା, ହାଡିବନ୍ଧୁ ମାଳି, ଇଂ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଏବଂ ବଂଶୀଧର ସେଠୀଙ୍କୁ ସର୍ବ ସମ୍ମତ କ୍ରମେ ଚୟନ କରାଯାଇଥିଲା। କଳାକେନ୍ଦ୍ର ସମ୍ପାଦକ ସ୍ୱର ଗୌରବ କୃଷ୍ଣ ପ୍ରସାଦ ସାବତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହିତ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ପରିଚାଳନା କରିଥିଲେ।

ପରିଶେଷରେ ଅଧିବକ୍ତା କିରଣ କୁମାର ମହାନ୍ତି ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।