Home / Odisha News / ଗୁଣପୁରର ପୂର୍ବତନ ଉପଜିଲ୍ଲାପାଳ ଚିନ୍ମୟ ବସୁଙ୍କୁ ସମ୍ବର୍ଦ୍ଧନା

ଗୁଣପୁରର ପୂର୍ବତନ ଉପଜିଲ୍ଲାପାଳ ଚିନ୍ମୟ ବସୁଙ୍କୁ ସମ୍ବର୍ଦ୍ଧନା

ଗୁଣପୁରର ପୂର୍ବତନ ଉପଜିଲ୍ଲାପାଳ ଚିନ୍ମୟ ବସୁଙ୍କୁ ସମ୍ବର୍ଦ୍ଧନା

ଗୁଣପୁରର ପୂର୍ବତନ ଉପଜିଲ୍ଲାପାଳ ଚିନ୍ମୟ ବସୁଙ୍କୁ ସମ୍ବର୍ଦ୍ଧନା

ରାୟଗଡ( Info media) ଗୁଣପୁରର ପୂର୍ବତନ ଉପଜିଲ୍ଲାପାଳ ଶ୍ରୀ ଚିନ୍ମୟ ବସୁଙ୍କୁ ତାଙ୍କର ମହତ୍ ସେବା ଓ ଅବଦାନ ପାଇଁ ଗୁଣପୁରବାସୀଙ୍କ ତରଫରୁ ତାଙ୍କ କୋଲକାତା ସ୍ଥିତ ବାସଭବନରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ତାଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା।ସୂଚନାଯୋଗ୍ୟ ଯେ, ୧୯୮୦ ମସିହାର ପ୍ରଳୟଙ୍କରୀ ବନ୍ୟା ସମୟରେ ଗୁଣପୁର ଅଞ୍ଚଳ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିଲା। ସେହି କଠିନ ସମୟରେ ତତ୍କାଳୀନ ଉପଜିଲ୍ଲାପାଳ ଶ୍ରୀ ବସୁ ଯେଉଁ ସାହସିକତା, ନିଷ୍ଠା ଓ ମାନବିକତାର ପରିଚୟ ଦେଇଥିଲେ, ତାହାକୁ ଗୁଣପୁରବାସୀ ଆଜି ବି ଭୁଲିନାହାନ୍ତି। ସେ ସ୍ଥାନୀୟ ଯୁବ ଗୋଷ୍ଠୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ରାମକୃଷ୍ଣ ମିଶନ ଏବଂ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଏକାଠି କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ସଫଳ କରିଥିଲେ ଏବଂ ହଜାର ହଜାର ବନ୍ୟା ପୀଡ଼ିତଙ୍କ ଜୀବନ ବଞ୍ଚାଇଥିଲେ।ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଶ୍ରୀ ଅକ୍ଷୟ କୁମାର ଦାସ, ଶ୍ରୀ ଲାଡି ଗୋପାଳ ରାଓ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବସୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ବର୍ଦ୍ଧନା କେବଳ ଜଣେ ପୂର୍ବତନ ପ୍ରଶାସକଙ୍କ ପ୍ରତି ସମ୍ମାନ ନୁହେଁ, ବରଂ ନିଃସ୍ୱାର୍ଥ ସେବା ମନୋଭାବ ପ୍ରତି ଗୁଣପୁର ଉପଖଣ୍ଡ ମାଟିର କୃତଜ୍ଞତାର ପ୍ରତୀକ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ