କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ -୨୦୨୬ ଅନୁଷ୍ଠିତ ହୋଇଯାଇଛି।

କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ -୨୦୨୬ ଅନୁଷ୍ଠିତ ହୋଇଯାଇଛି।

କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ -୨୦୨୬ ଅନୁଷ୍ଠିତ ହୋଇଯାଇଛି।

ବରଗଡ ୩,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ୍ ବ୍ଲକ୍ ଅନ୍ତର୍ କ୍ଲଷ୍ଟରର ସମସ୍ତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ ଏଫ୍. ଲ୍.ଏନ୍. ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଅକ୍ଟୋବର ମାସର ମାସିକ ବୈଠକ ସି. ଆର. ସି. ସି. ରଶ୍ମି ରଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରୁଗୁଡ଼ି ବରଗାଁ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ବାଗଦେବୀ ମା ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୂଜା ଅର୍ଚ୍ଚନା ତଥା ପୁଷ୍ପମାଲ୍ୟ ଅର୍ପଣ ପରେ ଅନୁଷ୍ଠାନିକ ଭାବେ ବୈଠକକୁ ଆରମ୍ଭ କରାଯାଇ ଥିଲା। ସି.ଆର.ସି.ସି. ଦାସ ଆଜିକାର ବୈଠକରେ ସର୍ବ ପ୍ରଥମେ ପୂର୍ବ ବୈଠକର ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ। ତାପରେ ମୌଳିକ ସାକ୍ଷରତା ଓ ଗଣିତ ଶିକ୍ଷଣ କାର୍ଯ୍ୟ ( ପ୍ରଦର୍ଶନ ଓ ଆଲୋଚନା), ଗ୍ୟାଲେରୀ ପରିଭ୍ରମଣ ଓ ବିଦ୍ୟାଳୟ ପରିଭ୍ରମଣ,ନ୍ୟସ୍ତ କାର୍ଯ୍ୟ ,ଶୈକ୍ଷିକ ସମ୍ବଳ ( ସମସ୍ତ ଶିକ୍ଷାର୍ଥୀଙ୍କୁ ଅନ୍ତର୍ଭୁକ୍ତ କରିବା), ଶିକ୍ଷଣ ସୋପାନ ରେଜିଷ୍ଟରର ପରିଚାଳନା ବିଷୟରେ ବିଷଦ ଭାବରେ ବୈଠକରେ ଆଲୋଚନା କରିଥିଲେ। ସାକ୍ଷରତା ଓ ଗଣିତ ଶିକ୍ଷଣ କାର୍ଯ୍ୟ ପ୍ରଦର୍ଶନ ଓ ଆଲୋଚନା ରାଜିବ ଭଏନା,ସହକାରୀ ଶିକ୍ଷକ ନନ୍ଦିନିପୁର୍ ପ୍ରାଥମିକ ବିଦ୍ୟାଳୟ ଓ ରଶ୍ମି ରଞ୍ଜନ ଦାସ ସି.ଆର. ସି. ସି. ଗୁରୁପାଲି ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ।