ଭାରତୀୟ ମହିଳା ଦଳ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ସିଧାସଳଖ ସ୍ଥାନ ହାସଲ

ଭାରତୀୟ ମହିଳା ଦଳ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ସିଧାସଳଖ ସ୍ଥାନ ହାସଲ

ଚୀନକୁ ୧-୦ରେ ହରାଇ ଏସିଆନ୍ ଗେମ୍ସରେ ଭାରତକୁ ସ୍ୱର୍ଣ୍ଣ

ନାଗୋୟା: ଏସିଆନ୍ ଗେମ୍ସ ମହିଳା ହକିରେ ଭାରତ ରଚିଛି ଐତିହାସିକ ବିଜୟ। ଫାଇନାଲରେ ଚୀନକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ମହିଳା ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଛି।ମ୍ୟାଚ୍‌ର ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ହକି ଖେଳିଥିଲେ। ୧୦ମ ମିନିଟ୍‌ରେ ଲାଲରେମସିଆମିଙ୍କ ଚମତ୍କାର ରିଭର୍ସ-ଷ୍ଟିକ୍ ଶଟ୍‌ରୁ ଭାରତ ମ୍ୟାଚ୍‌ର ଏକମାତ୍ର ଗୋଲ୍ ପାଇଥିଲା। ଏହି ଗୋଲ୍‌କୁ ନେଇ ଭାରତ ୧-୦ରେ ଆଗୁଆ ହୋଇଥିଲା।ଗୋଲ୍ ପରେ ଚୀନ ଲଗାତାର ଆକ୍ରମଣ କରି ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିବାକୁ ଚେଷ୍ଟା କରିଥିଲା। ଚୀନକୁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍‌କୁ ସବିତା ପୁନିଆ ରୋକି ଭାରତର ଅଗ୍ରଣୀକୁ ବଜାୟ ରଖିଥିଲେ। ଶେଷ କ୍ୱାର୍ଟରରେ ଚୀନର ଚାପ ସତ୍ତ୍ୱେ ଭାରତୀୟ ଡିଫେନ୍ସ ଦୃଢ଼ ରହିଥିଲା।ଏହି ବିଜୟ ଭାରତ ପାଇଁ ଐତିହାସିକ, କାରଣ ମହିଳା ହକିରେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପାଇଁ ଭାରତକୁ ୪୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା।

ଭାରତ ଶେଷଥର ୧୯୮୨ରେ ମହିଳା ହକିରେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ଜିତିଥିଲା।ଆଉ ଏକ ବଡ଼ ଉପଲବ୍ଧି ହେଉଛି, ଏହି ସ୍ୱର୍ଣ୍ଣ ସହ ଭାରତୀୟ ମହିଳା ଦଳ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ ସିଧାସଳଖ ସ୍ଥାନ ହାସଲ କରିଛି।ଲାଲରେମସିଆମିଙ୍କ ନିର୍ଣ୍ଣାୟକ ଗୋଲ୍ ଏବଂ ସବିତାଙ୍କ ଗୁରୁତ୍ୱପୂର୍ଣ୍ଣ ସେଭ୍‌କୁ ନେଇ ଭାରତୀୟ ଦଳ ଏହି ଫାଇନାଲକୁ ୧-୦ରେ ନିଜ ନାମରେ କରିଛି।