ରାୟଗଡା ଜିଲ୍ଲା କୁମ୍ବିକୋଟା ମଣ୍ଡଳ ରେ ବିଜେପିର ମିଶ୍ରଣ ପର୍ବ
ରାୟଗଡ( info media) ରାୟଗଡ ବିଧାନସଭାର କୁମ୍ବିକୋଟା ମଣ୍ଡଳରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମହୋଦୟଙ୍କ ଉପସ୍ଥିତିରେ ବିଜେଡି ଓ କଂଗ୍ରେସର ବହୁ କର୍ମୀ ଭାରତୀୟ ଜନତା ପାର୍ଟିର ନୀତି, ଆଦର୍ଶ ଏବଂ ଡବଲ୍ ଇଞ୍ଜିନ୍ ସରକାରଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦାନ କରିଛନ୍ତି। ଏହି ଅବସରରେ ନବାଗତ କର୍ମୀମାନଙ୍କୁ ବିଜେପି ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତକରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କୋରାପୁଟ ଲୋକସଭା ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ ଶ୍ରୀ ମାଝୀ କଳିରାମ , ରାୟଗଡା ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ଶ୍ରୀ ବସନ୍ତ ଉଲ୍ଲକା , ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ବିଦ୍ୟା ଧର ଶବର ଉପାଧ୍ୟକ୍ଷା ମଞ୍ଜୁଳା ମିନିୟାକ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟା କଞ୍ଚାଡା ଅଶ୍ୱିନୀ , ଉଲାକା ଶିବ ଶଙ୍କର , ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଉମେଶ ଖୋସଲା ଜିଲ୍ଲା ଉପସଭାପତି ରଜତ ମାଦଳା ମହିଳାମୋର୍ଚ୍ଚା ସଭାପତି ରାଜିତା କରଡା ମଣ୍ଡଳ ସଭାପତି ମାଧବ ସାମଲ ବରିଷ୍ଠ ନେତା ୱା ଇ ଗଣପତି ପୂର୍ବତନ ଉପସଭାପତି ତଥା ସରକାରୀ ଓକିଲ ଟୁଟୁ ଦାଶ ଙ୍କ ସମେତ ଜିଲ୍ଲା ଓ ମଣ୍ଡଳ ସ୍ତରର ବହୁ ବରିଷ୍ଠ ନେତା, ପଦାଧିକାରୀ, ସରପଞ୍ଚ ଓ ସମିତି ସଦସ୍ୟମାନେ ଉପସ୍ଥିତ ଥିଲେ।ଏହି ମିଶ୍ରଣ ପର୍ବ କୁମ୍ବିକୋଟା ଅଞ୍ଚଳରେ ବିଜେପିର ସଂଗଠନକୁ ଆହୁରି ସୁଦୃଢ଼ କରିବା ସହ ଜନସେବା ଓ ବିକାଶମୂଳକ କାର୍ଯ୍ୟକୁ ନୂଆ ଗତି ଦେବ ବୋଲି ମନ୍ତ୍ରୀ ଗଣ୍ଡ କହିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
