ଦାସାଗୁଡା ଗ୍ରାମବାସୀ ଦୀର୍ଘ ଦିନରୁ ପଡ଼ିରହିଥିବା ମାଟି ରାସ୍ତା କୁ କଂକ୍ରିଟ ରାସ୍ତା ପାଇଁ ଜିଲ୍ଲାପାଳ ଙ୍କୁ ଦାବୀ….
କନ୍ଧମାଳ :-(ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ନିକଟସ୍ଥ ଦାସାଗୁଡା ଗ୍ରାମର ଜନସାଧାରଣଙ୍କ ଯାତାୟାତ ପାଇଁ ଗ୍ରାମ ଠାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ବର୍ଷା ଦିନରେ ବହୁ କଷ୍ଟ ରେ ଯାତାୟାତ କରୁଥିବା ନେଇ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି l ସୂଚନା ଅନୁସାରେ ଆର ଡ଼ି ରାସ୍ତା ଠାରୁ ଦାସାଗୁଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନୂତନ ରାସ୍ତା ପାଇଁ ଜିଲ୍ଲାପାଳ ଙ୍କୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଦାସାଗୁଡା ଗ୍ରାମରେ ମୋଟ ୨୦୦ ପରିବାର ବସବାସ କରୁଛନ୍ତି l ରାସ୍ତା ଟି ଖାଲ କମା ହୋଇ ଦୀର୍ଘ ଦିନ ହେବ ପଡ଼ି ରହିଛି, କିଛି ବର୍ଷ ପୂର୍ବ ରୁ ରାସ୍ତା ରେ ମାଟି ପଡିଥିଲା, ମୁଖ୍ୟତଃ ଆର ଡ଼ି ରାସ୍ତା ରୁ ଗ୍ରାମ କୁ ଯିବା ରାସ୍ତା ରେ ଏକ ଛୋଟ ନଦୀ ଟି ପଡୁଛି ଏହି ଛୋଟ ନଦୀ ର ପୋଲ କୁ ଉଚ୍ଚା କରିବା ସହିତ ଘାଟି ରାସ୍ତା କୁ ସୃଦୃଡ଼ କରିବା ପାଇଁ ମଧ୍ୟ ଗ୍ରାମବାସୀଙ୍କ ଦାବୀ ରହିଛି l ଏହି ରାସ୍ତା ରେ ବର୍ଷା ଦିନରେ ସ୍କୁଲ କଲେଜ,, ବ୍ଲକ କାର୍ଯ୍ୟଳୟ କୁ ଯିବା ଆସିବା ରେ ଜନସାଧାରଣ ବହୁ କଷ୍ଟ ର ସମ୍ମୁଖୀନ ହେଉଥିବା ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି l ଦାସାଗୁଡା ଗ୍ରାମବାସୀ ଦୀର୍ଘ ଦିନରୁ ବ୍ଲକ ପ୍ରଶାସନ,ନେତା, ମନ୍ତ୍ରୀ, କୁଜିନେତା ଙ୍କୁ ମାଟି ରାସ୍ତା ଥିବା କଂକ୍ରିଟ ରାସ୍ତା ପାଇଁ ଦାବୀ କରିଆସୁଥିବା ବେଳେ କାହାର ବି ଆଜି ପର୍ଯ୍ୟନ୍ତ ରାସ୍ତା ପାଇଁ ଦୂରଦୃଷ୍ଟି ପଡୁ ନାହିଁ ବୋଲି ଗ୍ରାମବାସୀ ଦିଲ୍ଲୀପ କହଁର,ବାସୁଦେବ କହଁର, ସୁଗ୍ରୀ କହଁର,ଶଶାଙ୍କ ଶେଖର କହଁର, ଲମ୍ବୋଦର କହଁର,ରମାନନ୍ଦ କହଁର, ଚନ୍ଦ୍ର ଶେଖର କହଁର,ଜଳେଶ୍ୱର କହଁର,ଶିବଶଙ୍କର କହଁର,ସଞ୍ଜୟ କହଁର,ନୀଳକଣ୍ଠ କହଁର, କୁଞ୍ଜବିହାରୀ କହଁର,ସହ୍ନେଲତା କହଁର, ଜାନକୀ କହଁର,ସାରଙ୍ଗ ଧର କହଁର, ମିଶ୍ର କହଁର,ମୀନକେତନ କହଁର, ଅଶୋକ କହଁର, କଂସ କହଁର,ପ୍ରମୁଖ ଗ୍ରାମବାସୀ ଦାବୀ କରିଛନ୍ତି l
