ଦୁର୍ଗମ ଅଞ୍ଚଳ ରେ ମେଲେରିଆ ନିରାକରଣ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
କନ୍ଧମାଳ :(ରିପୋର୍ଟ କୁନା ଦିଗାଲ ) ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଶଙ୍କରାଖୋଲ ନିକଟ କଇଁଝର ପଞ୍ଚାୟତ ର ଦଣ୍ଡେରୀ ଗ୍ରାମ, ଗଉଡ଼ବାଟା ଓ କିଲୁସୁଗା ତିନୋଟି ଗ୍ରାମ ରେ ମେଲେରିଆ ନିରାକରଣ ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ମେଡିକାଲ ଅଫିସର ଡ଼ଃ ପ୍ୟାରିମହନ ନାୟକ,ସି ଏଚ ଓ, ଏନଏମ, ଫାର୍ମାସିଷ୍ଟ, ଅଙ୍ଗନବାଡି, ଆଶା କର୍ମୀ, ଭଲ୍ୟୁଣ୍ଟର ମାନେ ଉପସ୍ଥିତ ରହି ଲୋକମାନଙ୍କ ର ମ୍ୟାଲେରିଆ ରୋଗ ର ଚିହ୍ନଟ ପାଇଁ ସାମୁହିକ ରକ୍ତ ପରୀକ୍ଷା କରାଯାଇଥିଲା। ଏଥିରେ ମୋଟାମୋଟି ୧୧୦ ଲୋକ ମାନଙ୍କ ର ରକ୍ତ ନମୁନା ଫଳାଫଳ ନେଗେଟିଭ ଆସିଥିଲା। ଏହା ସହ ଗର୍ଭବତୀ ଓ ପ୍ରସୂତି ମା ମାନଙ୍କ ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଜନ୍ମ ରୁ ପାଞ୍ଚ ବର୍ଷ ପିଲାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଥିବାବେଳେ ପ୍ରତ୍ୟକ ଲୋକ ଙ୍କୁ ଲିପଲେଟ ଦେଇ ସାଧାରଣ ରୋଗ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ସହିତ ଔଷଧ ପ୍ରଦାନ କରାଯାଇଥିଲା। ସେଦିନ ପ୍ରବଳ ବର୍ଷା ସତ୍ୱେ ଅଙ୍ଗନବାଡି ଦିଦି , ଆଶା କର୍ମୀ ଉଭୟ ଙ୍କ ସହଯୋଗ ରେ କାର୍ଯ୍ୟ ସଫଳ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ମଶା ବାହିତ ରୋଗର ନିୟନ୍ତ୍ରଣ ଅଧିକାରୀ ଜୁମର ପ୍ରଧାନ ପରିଚାଳନା କରିଥିଲେ।
