ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୮୦ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।

ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୮୦ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।

ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୮୦ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।

ବରଗଡ ୧୫,୮(ଭବାନୀ ଶଙ୍କର ପାଢ଼ୀ) ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ରେମଣ୍ଡା ଠାରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ   ବିଦ୍ୟାଳୟ ର ସଭାପତି   ଭିକାରୀ ଚରଣ ଖମାରୀ ଯୋଗ ଦେଇ ପତାକା ଉତ୍ତୋଳନ କରି ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ସୁଜାତା ମେହେର ଗୁରୁମା ସ୍ୱାଧୀନତା ଦିବସ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ ।ଶ୍ରୀମତୀ ସୁନନ୍ଦା ଖମାରୀ ଙ୍କ ନିର୍ଦ୍ଦେଶନା ରେ ସପ୍ତମ ଶ୍ରେଣୀ ର ଭଉଣୀ ସଂସ୍କ୍ରିତା ବାରିକ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ । ବିଦ୍ୟାଳୟ ର ସମ୍ପାଦକ  କିଶୋର କୁମାର ପାଇକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସର ରେ ବିଦ୍ୟାଳୟ ର ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଭାଇଭଉଣୀ ମାନେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବେଶ ଧାରଣ କରିଥିଲେ । ଏହି କାର୍ଯ୍ୟ କ୍ରମ ରେ ସମସ୍ତ ଗୁରୁଜୀ ଗୁରୁମା ସାହାଯ୍ୟ କରିଥିଲେ ।