ପଦ୍ମପୁର ବ୍ଲକ ଜୋନ୍–୧ରେ ଅଣ୍ଡର-୧୭ ଜୋନାଲ୍ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର ବ୍ଲକ ଜୋନ୍–୧ରେ ଅଣ୍ଡର-୧୭ ଜୋନାଲ୍ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର ବ୍ଲକ ଜୋନ୍–୧ରେ ଅଣ୍ଡର-୧୭ ଜୋନାଲ୍ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡ ( info media): ପଦ୍ମପୁର ବ୍ଲକ ଜୋନ୍–୧ ଅନ୍ତର୍ଗତ ଅଣ୍ଡର-୧୭ ଜୋନାଲ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଗୁଡ଼ିଆବନ୍ଧାସ୍ଥିତ ବସନ୍ତ ଦେବୀ ବିଦ୍ୟାପୀଠ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି।ଏହି ପ୍ରତିଯୋଗିତାରେ ଜୋନ୍–୧ ଅଧୀନରେ ଥିବା ୪ଟି ଉଚ୍ଚ ବିଦ୍ୟାଳୟ—ବସନ୍ତ ଦେବୀ ବିଦ୍ୟାପୀଠ, ଗୁଡ଼ିଆବନ୍ଧା; ଅରବିନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନାଇରା; ସରକାରୀଅପଗ୍ରେଡେଡ୍ ହାଇସ୍କୁଲ୍, ଡେରିଗାଁ ଏବଂ ସରକାରୀ ଅପଗ୍ରେଡେଡ୍ ହାଇସ୍କୁଲ୍, ଅମ୍ବାବାଡ଼ିର ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଓଁ ବିଭିନ୍ନ କ୍ରୀଡ଼ା ରେ ଅଂଶଗ୍ରହଣ କରିଥିଲେ। ଏହି କ୍ରୀଡା ଉତ୍ସବ ରେ ଖୋକ କବାଡି ଦୌଡ ପ୍ରତିଯୋଗିତା ସହ ଅନ୍ୟ ଖେଳ. ମଧ୍ୟ୍ୟ ଅନୁଷ୍ଠିତ ହୋଇଥିଲା lଏହି ଉଦ୍ଘାଟନୀ ଉତ୍ସବ ଅବସରରେ ଜୋନାଲ୍ ହେଡ୍ ତଥା ନାଇରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସିମାଞ୍ଚଳ ବିଡ଼ିକା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ କରିଥିଲେ। ବସନ୍ତ ଦେବୀ ବିଦ୍ୟାପୀଠର ପ୍ରଧାନଶିକ୍ଷକ ଶ୍ରୀ ଯୁଧିଷ୍ଠିର ସାହୁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସୁଚାରୁ ପରିଚାଳନା ଗୁଡ଼ିଆବନ୍ଧାର ଖେଳ ଶିକ୍ଷକ ଶ୍ରୀ ଓଡ଼ି ମୁରଲୀଶ୍ୱରଙ୍କ ସହ ବ୍ଲକର ସମସ୍ତ ଶିକ୍ଷକ ଓ କ୍ରୀଡ଼ା ଶିକ୍ଷକମାନେ ସହଯୋଗ କରିଥିଲେ। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର ପରିଚାଳନା ମଧ୍ୟ ବ୍ଲକର ସମସ୍ତ ଖେଳ ଶିକ୍ଷକଙ୍କ ଦ୍ୱାରା କରାଯାଇଥିଲା। ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍‌ମାନଙ୍କୁ ପରବର୍ତ୍ତୀ ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଚୟନ କରାଯାଇଥିଲା। ଏହି ଆୟୋଜନ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା, ଶାରୀରିକ ସୁସ୍ଥତା ଓ ପ୍ରତିଯୋଗିତାମୂଳକ ମନୋଭାବ ବିକାଶରେ ସହାୟକ ହୋଇଥିଲା।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ