ଗଞ୍ଜାମ ଜିଲ୍ଲା ଆଲିପୁର ପଞ୍ଚାୟତ ଅଫିସରେ ବିଦ୍ୟୁତ୍ ଆଘାତ: ଜଣଙ୍କ ମୃତ୍ୟୁ, ମହିଳା ଶ୍ରମିକ ଗୁରୁତର ।
ଆସିକା ଥାନା ଇଲାକାର ଆଲିପୁର ପଞ୍ଚାୟତ ଅଫିସ ପରିସରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କୋଠା କମ ଚାଲିଥିବା ବେଳେ । ଖାଡି କାଟିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ଆଘାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ମହିଳା ଶ୍ରମିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ କୋଟିବାଡି ଅଞ୍ଚଳର ଭିକାରୀ ଗୌଡ, ବୟସ ୫୦ ବର୍ଷ। ଆଜି ସେ ଆଲିପୁର ପଞ୍ଚାୟତ ଅଫିସ ପରିସରେ ଖାଡି କାଟୁଥିବା ବେଳେ ଖୋଲା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ସମୟରେ ସେଠାରେ କାମ କରୁଥିବା ଜଣେ ମହିଳା ଲେବର ମଧ୍ୟ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଛନ୍ତି। ତାଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ସରକାରୀ ଅଫିସ ପରିସରରେ ଏଭଳି ଖୋଲା ବିଦ୍ୟୁତ୍ ତାର ରହିବା ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
