ହର ଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ
ରାୟଗଡ ( info media) ରାୟଗଡ ଜ଼ିଲ୍ଲା ବିଜେପି ପକ୍ଷରୁ ଆଜି ଦେଶଭକ୍ତି ଓ ରାଷ୍ଟ୍ର ଗୌରବର ଭାବନାରେ ଉର୍ଦ୍ଧ ହୋଇ ‘ହର ଘର ତିରଙ୍ଗା’ ଅଭିଯାନ କାର୍ଯ୍ୟକ୍ରମ ରାୟଗଡ଼ ମଣ୍ଡଳ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ଆୟୋଜିତ ତିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ରେ ବହୁ ଜନସାଧାରଣ ସାମିଲ ହୋଇ ଗର୍ବିତ ହୋଇଥିଲେ । ହାତରେ ତିରଙ୍ଗା ଏବଂ ମନରେ ଦେଶଭକ୍ତିର ଭାବନା ନେଇ ବହୁ ସଂଖ୍ୟାରେ ବିଜେପି ପଦାଧିକାରୀ, କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ନାଗରିକମାନେ ଏହି ଯାତ୍ରାରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବିଜେପି ର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ୟାଲ୍ଲା ଭେଙ୍କଟେଶ୍ୱର ରାଓ (କୋଣ୍ଡା ବାବୁ), ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଶିବ ଉଲ୍ଲକା, ସରକାରୀ ପ୍ଲିଡର ଶ୍ରୀ ପଦ୍ମନାଭ ଦାସ, ନଗର ସଭାପତି ଶ୍ରୀ ରାଜେଶ ଙ୍କ ସମେତ ସ୍ଥାନୀୟ ନଗର ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ତିରଙ୍ଗା ଯାତ୍ରାକୁ ଉତ୍ସାହିତ କରିଥିଲେ।ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଦେଶବାସୀଙ୍କୁ ତିରଙ୍ଗା ସହିତ ଯୋଡ଼ିବା ଏବଂ ‘ହର ଘର ତିରଙ୍ଗା’ ଅଭିଯାନକୁ ଜନ ଜନର ଅଭିଯାନରେ ପରିଣତ କରିବାର ଶୁଭାରମ୍ଭ କରିଥିଲେ। ଆଜି ଏହି ଅଭିଯାନ ଦେଶର ଏକତା, ଅଖଣ୍ଡତା ଓ ଦେଶଭକ୍ତିର ଭାବନାକୁ ଆହୁରି ସୁଦୃଢ଼ କରୁଛି।ଆପଣ ମଧ୍ୟ ଏହି ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୁଅନ୍ତୁ ଏବଂ ନିଜ ଘର, କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ନିଶ୍ଚିତ ଭାବେ ତିରଙ୍ଗା ଧ୍ୱଜ ଉତ୍ତୋଳନ କରିବା ନିମନ୍ତେ ସଂକଳ୍ପ ନେଇଥିଲେ ।ଜୟ ହିନ୍ଦ୍ ଜୟ ଭାରତନାରା ରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସହର lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
