ରାୟଗଡ ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆନ୍ତର୍ଜାତୀୟ ଯୁବ ଦିବସ ପାଳନ
ରାୟଗଡ ( info media) ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ଦାମୋଦର ରଥ ଙ୍କ ପୌରହିତ୍ୟରେ ଏବଂ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଅଦ୍ୟ ତା-୧୨.୦୮.୨୦୨୬ ରିଖ ସ୍ଥାନୀୟ ମିଟ୍ସ କଲେଜ, କୋଲନରା ପରିସରରେ ଥିବା ଅଡିଟୋରିଅମ ହଲ ପରିସରରେ ଅପରାହ୍ନ ସମୟ ଘ.୦୩.୦୦ମି ରେ “ଆନ୍ତର୍ଜାତୀୟ ଯୁବ ଦିବସ” ପାଳିତ ହେବା ସହିତ NALSA JAGRITI ସ୍କିମ ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ସୁକାନ୍ତ ଦାସ, ମିଟ୍ସ କଲେଜ, କୋଲନରା ର ଡIଇରେକ୍ଟର ଡକ୍ଟର ସି.ଭି. ଗୋପିନଥ ଏବଂ ଭIଇସ୍ ଚIନ୍ସେଲର ଶ୍ରୀ ବିଶ୍ୱଜିତ୍ ପଣ୍ଡI ଓ ଶିକ୍ଷକ, କର୍ମଚାରୀ, ଛାତ୍ର ଓ ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଥିବା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କର ତଥା ଯୁବବର୍ଗ ଙ୍କ ସମସ୍ୟା, ଅଧିକାର ଏବଂ ବିଶ୍ୱବିଜ୍ଞାନ ରେ ସେମାନଙ୍କର ଅବଦାନକୁ ଲକ୍ଷ୍ୟ କରି ଏହି ଦିନଟି ପାଳିତ ହୁଏ ବୋଲି ନିଜର ବକ୍ତବ୍ୟରେ କହିଥିଲେ ତା ସହିତ ବିଭିନ୍ନ ପ୍ରକାର ଆଇନ ଉପରେ ମଧ୍ୟ ଧାରଣା ଦେଇଥିଲେ I ସେହିପରି ଉପସ୍ଥିତ ଥିବା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ସୁକାନ୍ତ ଦାସ ନିଜର ବକ୍ତବ୍ୟରେ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ନିଜର ବକ୍ତବ୍ୟରେ ବିଭିନ୍ନ ଅସୁବିଧା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଦ୍ୱାରସ୍ଥ ହେବା ପାଇ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
