ଶଙ୍କରାଖୋଲ ଗ୍ରାମପଂଚାୟତ ରେ ବିଜେପି ବ୍ଲକ ସଭାପତିଙ୍କ ଦବଙ୍ଗଗିରି…
କନ୍ଧମାଳ :- ( ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମପଞ୍ଚାୟତ ପରିସରରେ ଗ୍ରାମସଭା ଚାଲିଥିବା ବେଳେ ସମସ୍ତଙ୍କ ଉପସ୍ଥିତରେ ବ୍ଲକ ସଭାପତି ସର୍ବେଶ୍ୱର କହଁର ସଭାସ୍ଥଳ ନିକଟରେ ନାଏବ ସରପଞ୍ଚ ଶ୍ରୀ ମହେଶ୍ୱର କହଁର ଙ୍କୁ ଗ୍ରାମ ସଭାକୁ କଣ ପାଇଁ ଡାକିଲେ ନାହିଁ ବୋଲି ଅଚାନକ ଭାବରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି l ଆକ୍ରମଣ ସମୟ ରେ ଜାତି କୁ ନେଇ ତୁ କେବେଠୁ କନ୍ଦ ରାଜନୀତି କରୁଛୁ, ନାଏବ ସରପଞ୍ଚ ହେଲୁ ବୋଲି କାହାକୁ ମାନୁନୁ ଏହି ପରି ଅଶ୍ଲୀଳ ଭାଷା ଦେଇ ଗାଳି କରିବା ସହିତ ହତ୍ୟା କରିବା ପାଇଁ ଧମକ ଦେଇଥିଲେ l ଦୁଇଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ସମୟ ରେ ପିଣ୍ଟୁ କହଁର ଏବଂ ଉପସ୍ଥିତ ଲୋକ ହସ୍ତକ୍ଷେପ କରି ଉଭୟ ଙ୍କୁ ଅଲଗା ଅଲଗା କରିଥିଲେ,ଗ୍ରାମ ସଭା ପଂଚାୟତ ରେ ୪୦ ରୁ ୫୦ ଲୋକ ଉପସ୍ଥିତ ଥିଲେ l ସୂଚନା ଅନୁସାରେ ବ୍ଲକ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ହୃଦରଞ୍ଜନ ସାହୁ, ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ବୈନେତ୍ରୀ କହଁର,ସ୍ଥାନୀୟ ସରପଞ୍ଚ ଜାନକୀ କହଁର,ପ୍ରକାଶ କହଁର,ପ୍ରମୁଖ ଉପସ୍ଥିତ ଥିଲେ l ଏଠି ଜନସାଧାରଣଙ୍କ ମନ ରେ ପ୍ରଶ୍ନ ଉଠୁଛି ବିଜେପି ବ୍ଲକ ସଭାପତି କେଉଁ କାରଣ ବା ଶତ୍ରୁତା ରୁ ଅତର୍କିତ ହୋଇ ନାଏବ ସରପଞ୍ଚ ଙ୍କୁ ମାଡ଼ ମାରିଲେ..? କଣ ରହିଛି ରହସ୍ୟ? ଏ ନେଇ ନାଏବ ସରପଞ୍ଚ ଟିକାବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି l ଏତଲା ଅନୁସାରେ ଟିକାବାଲି ଥାନା ଅଧିକାରୀ ଶ୍ରୀ ଶିବାରଞ୍ଜନ ସିଙ୍ଗା କେସ ନଂ ୧୫୬/୨୬ ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ସୂଚନା l
