ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବରଗଡ ଜିଲ୍ଲା କାରାଗାର ପରିସରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ବରଗଡ ୯,୮(ଭବାନୀ ଶଙ୍କର ପାଢ଼ୀ) ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ବରଗଡ ଜିଲ୍ଲା କାରାଗାର ପରିସରରେ ଅଗଷ୍ଟ ୯ କ୍ରାନ୍ତି ଦିବସ ପାଳନ ଅବସରରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରିଥିଲେ, କର୍ମଜୀବୀ ସାମ୍ବାଦିକ ସଂଘ ର ସଭାପତି ଆଶୁତୋଷ ରଥ। ଅତିଥି ପରିଚୟ, ସ୍ଵାଗତ ଭାଷଣ ଦେଇଥିଲେ ଉପଦେଷ୍ଟା ମିତ୍ରଭାନୁ ହୋତା। ମଞ୍ଚ ପରିଚାଳନା କରିଥିଲେ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଓ ଅନିମା ଚକ୍ରବର୍ତ୍ତୀ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ବରଗଡ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଶତପଥୀ ଯୋଗ ଦେଇଥିଲେ। ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବେ ନିଷ୍ଠା ପରିବାର ପ୍ରତିଷ୍ଠାତା ସଦସ୍ୟ, ସଭାପତି ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ତ୍ରିପାଠୀ,ପଶ୍ଚିମ ଓଡିଶାର ସ୍ୱନାମଧନ୍ୟ ତଥା ବିପ୍ଳବୀ କବି ନୀତିଶ କୁମାର ଆଚାର୍ଯ୍ୟ, ଅଧ୍ୟାପକ ତଥା କବି ମୁନିରାମ କୁମ୍ଭାର, କାରାଗାର ଅଧୀକ୍ଷକ ସଲମନ କୁଜୁର, ବିଶିଷ୍ଟ ସାହିତ୍ୟିକ ଦିବ୍ୟ କିଶୋର ଦେବତା ପ୍ରମୁଖ କବିତା ପାଠ କରିଥିଲେ। ସଂଘ ତରଫରୁ ସାରସ୍ବତ ସାଧନା ପାଇଁ ସମର୍ଦ୍ଧିତ କରାଯାଇଥିଲା। ଏହି ସମୟରେ ସ୍ୱନାମଧନ୍ୟ ସାନ ଘୁଡକା ୱାଲା ପୂର୍ଣ୍ଣଚନ୍ଦ୍ର ଛତ୍ରିଆ ଘୁଡକା ପରିବେଷଣ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମାଜିକ ସେବୀ ତଥା ସ୍ୱନାମଧନ୍ୟ ବ୍ୟବସାୟୀ ଦିଲିପ କୁମାର ସାୱାଡିଆ, ବଳବୀର ସିଂ, ସଂଘ ର ସଂପାଦକ ବଲରାମ ତ୍ରିପାଠୀ, କବୟିତ୍ରୀ ପ୍ରଭାସିନି ହୋତା, ସରୋଜ କୁମାର ମିଶ୍ର, ସାମାଜିକ କର୍ମୀ ଗଗନ ଭୂଏ, ମୀନତି ସାହୁ ପ୍ରମୁଖ ଙ୍କୁ ସଂଘ ପକ୍ଷରୁ ସମର୍ଦ୍ଧିତ କରାଯାଇଥିଲା। ପରିଶେଷରେ ସଂଘର ସଂପାଦକ ବଲରାମ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

