ମା ମଝିଘରିଆଣୀଙ୍କୁ ଆଷାଢ ଶାଢ଼ୀ ଓ ଭାର ସମର୍ପଣ।

ମା ମଝିଘରିଆଣୀଙ୍କୁ ଆଷାଢ ଶାଢ଼ୀ ଓ ଭାର ସମର୍ପଣ।

ମା ମଝିଘରିଆଣୀଙ୍କୁ ଆଷାଢ ଶାଢ଼ୀ ଓ ଭାର ସମର୍ପଣ।

ରାୟଗଡ଼ ( info media) ରାୟଗଡ଼ ସହର ରାଣିଗୁଡ଼ା ଠାରେ 07ତାରିଖ ଶୁକ୍ରୁ ବାର ଦିନ ଦେଖିବାକୁ ମିଳିଥିଲା ଭକ୍ତି ଓ ଶ୍ରଦ୍ଧାର ଅପୂର୍ବ ପରିବେଶ । ସ୍ଥାନିୟ ରାଣିଗୁଡ଼ା ଫାର୍ମ ସ୍ଥିତ ମଝିଘରିଆଣି ମଣ୍ଡପ ଠାରୁ ମଝିଘରିଆଣୀ ମନ୍ଦିର ଅଭିମୁଖେ ବାହାରିଥିଲା ଏକ ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ସ୍ଥାନିୟ ଆବାଳ, ବୃଦ୍ଧ, ବନିତା ସାଙ୍ଗକୁ ଶହ ଶହ ମହିଳା ବାହାରିଥିଲେ ଏହି ଶୋଭାଯାତ୍ରାରେ। ସମସ୍ତଙ୍କ ହାତରେ ଥିଲା ପିତ୍ତଳ ଥାଳିରେ ଭରପୁର ଭାବେ ମା ମଝିଘରିଆଣୀଙ୍କ ପାଇଁ ଫୁଲ, ଶଙ୍ଖା, ସିନ୍ଦୁର, ଅଳିତା, ଶାଢ଼ି , ଚୁଡ଼ି ଏବଂ ବିଭିନ୍ନ ପ୍ରକାର ର ମିଠା, ନଡ଼ିଆ, ପଣସ, ପାଚିଲା କଦଳୀ ଫେଣା ଏବଂ ବିଭିନ୍ନ ଫଳ । ପାରମ୍ପରିକ ବାଜା ବାଜଣା ରେ ଆତସ ବାଜିରେ ବିରାଟ ବଡ଼ ଶୋଭାଯାତ୍ରା ସ୍ଥାନୀୟ ରାଣୀଗୁଡା ମା ମଝିଘରିଆଣି ଙ୍କ ମଣ୍ଡପ ଠାରୁ ବାହାରି ମାନଙ୍କ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ଏହି ଶୋଭାଯାତ୍ରା ସମୟରେ ରାସ୍ତାର ଦୁଇ କୋଡ଼କୁ ଛୋଟ କରି ଦେଉଥିବା ମନେ ହେଉଥିଲା। ମା ମଝିଘରିଆଣି କମିଟି ରାଣୀଗୁଡ଼ା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଟି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ରେ ସ୍ୱତନ୍ତ୍ର ମିନନ୍ତ୍ରିତ ଅତିଥି ଭେଙ୍କଟେଶ୍ୱର ରାଓ ଓରଫ ୟେଲ୍ଲା କଣ୍ଡା ବାବୁ ଙ୍କ ପ୍ରାତକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା lଆଷାଢ଼ରେ ଝିଅ ବାପାଙ୍କ ଘରକୁ ଯାଇ ଆସିବା ପରେ ଯେଉଁଭଳି ଝିଅ ଯେଉଁପରି ଭାବେ ଭାର ନେଇ ଆସିଥାଏ। ସେହିଭଳି ଆଜି ଶହ ଶହ ସଂଖ୍ୟାରେ ମହିଳା ମାନେ ଆଷାଢ଼ ଶାଢ଼ୀ ଓ ଭାର ନେଇ ମଝିଘରିଆଣୀଙ୍କ ମନ୍ଦିର ଠାରେ ପହଂଚିଥିଲେ ଓ ମାନଙ୍କ ଠାରେ ପ୍ରାର୍ଥନା କରି ଜିଲ୍ଲାର ମଙ୍ଗଳ, ସ୍ଥାନିୟ ଅଂଚଳରେ ଶାନ୍ତି ଏବଂ ନିଜ ପରିବାର ସଦସ୍ୟ ମାନଙ୍କ ପାଇଁ ପ୍ରାର୍ଥନା କରିଥିଲେ। ରାୟଗଡ ସହରେ ଶାନ୍ତି ପ୍ରତିଷ୍ଠା କରିବା ସହ ଜ଼ିଲ୍ଲା ବାସୀ ଙ୍କୁ ସଦବୁଦ୍ଧି ଦେବା ନିମନ୍ତେ ପ୍ରାର୍ଥନା କରିଥିଲେ l ଜ଼ିଲ୍ଲା ରେ ଶାନ୍ତି ପ୍ରତିଷ୍ଠା ସହ ଜ଼ିଲ୍ଲାବାସୀ ଙ୍କ ସୁଖ ସମୃଦ୍ଧି ନିମନ୍ତେ ମା ଙ୍କ ଠାରେ ପ୍ରାର୍ଥନା କରିଛି ବୋଲି କୋଣ୍ଡା ବାବୁ କହିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ