ଟିକାବାଲି ମା ଭୈରବୀ କଲ୍ୟାଣୀ ମଣ୍ଡପରେ ଦନ୍ତାହାତୀ ସ୍ଥାନାନ୍ତର ନେଇ ବସିଲା ବୈଠକ..

ଟିକାବାଲି ମା ଭୈରବୀ କଲ୍ୟାଣୀ ମଣ୍ଡପରେ ଦନ୍ତାହାତୀ ସ୍ଥାନାନ୍ତର ନେଇ ବସିଲା ବୈଠକ..

ଟିକାବାଲି ମା ଭୈରବୀ କଲ୍ୟାଣୀ ମଣ୍ଡପରେ ଦନ୍ତାହାତୀ ସ୍ଥାନାନ୍ତର ନେଇ ବସିଲା ବୈଠକ….

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ମା ଭୈରବୀ କଲ୍ୟାଣୀ ମଣ୍ଡପ ଠାରେ ଟିକାବାଲି,ବ୍ଲକର ଗାର୍ଡିଙ୍ଗିଆ, ବୁର୍ବୀନାଯୁ, ବଡ଼ିମୁଣ୍ଡା, ପିକରଡ଼ି,କଟିମାହା,ବାହାଡାସାହି, ଗ୍ରାମପଞ୍ଚାୟତର ୱାର୍ଡ ମେମ୍ବର, ସଚେତନ ନାଗରିକ, ଓ ସାମାଜିଜ କର୍ମୀ ମାନଙ୍କୁ ନେଇ ହାତୀ ସ୍ଥାନାନ୍ତର ଉଦେଶ୍ୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ହାତୀକୁ ଚିର ସ୍ଥାନାନ୍ତର, ହାତୀର ଗତିବିଧି ଉପରେ ଅନୁଧ୍ୟାନ କରି ପ୍ରଚାର ପ୍ରସାର କରିବା, ଦନ୍ତାହାତୀ ଦ୍ୱାରା ମୃତ୍ୟୁକ ଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦେବା,ହାତୀ ଚଳପ୍ରଚଳ ସମ୍ଭାବ୍ୟ ଅଞ୍ଚଳରେ ସୋଲାର ଲାଇଟିର ବ୍ୟବସ୍ତା କରିବା ଦାବୀକୁ ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା ହୋଇଥିଲା l ସୂଚନା ପ୍ରକାରେ ଦୀର୍ଘ ଦୁଇବର୍ଷ ମଧ୍ୟରେ ଜି.ଉଦୟଗିରି, ଟିକାବାଲି ଓ ରାଇକିଆ ବ୍ଲକର ପ୍ରାୟ ୭ ଜଣ ଙ୍କର ମୃତ୍ୟୁ ଘଟିସାରଲାଣି,ଅନେକ ଲୋକଙ୍କ ଗାଈ ବଳଦ କୁ ମାରିଦେଇସାରିଲାଣି ପୁଣି ଘର ଦ୍ୱରା, ଚାଷ ବାସ ନଷ୍ଟ କରିସାରି ଲାଣି, ତଥାପି ମଧ୍ୟ ସରକାର କିମ୍ଵା ବିଭାଗୀୟ ଅଧିକାରୀ କୈଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେଉ ନ ଥିବା ଦେଖିବାକୁ ମିଳିଛି l ମୃତ୍ୟୁ କୁ ଦୂର ଦୃଷ୍ଟି ନ ଦେବା ସରକାର ଉପରେ ଲୋକଙ୍କ ଆସ୍ତା ତୁଟିଯାଇଛି l ଏଣୁ ଆଜି ହାତୀ କୁ ସ୍ଥାନାନ୍ତର କରିବା ଓ ଲୋକଙ୍କୁ ସୁରକ୍ଷା ଦେବା ନେଇ ଓରଦା ଅନୁଷ୍ଠାନ ର ସାମାଜିକ କର୍ମୀ ଶ୍ରୀ ଯୁକ୍ତ କ୍ରିଷ୍ଣା ଚନ୍ଦ୍ର ଡିଗାଲ ଙ୍କ ଆବାହନ ରେ ଏକ ଭୟଙ୍କର ଆନ୍ଦୋଳନ ମାଧ୍ୟମରେ ସରକାରଙ୍କୁ ଦୃଷ୍ଟି ଆକର୍ଷଣ ପାଇଁ ନିଷ୍ପତି ନିଆଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପୁର୍ଣଚନ୍ଦ୍ର ଡିଗାଲ, ପୂର୍ବତନ ସମିତି ସଭ୍ୟ ଗାର୍ଡିଙ୍ଗିଆ ଖ୍ରୀଷ୍ଠ ଦାସ ଡିଗାଲ,ବୁର୍ବୀନାଯୁ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସଳିମା ପ୍ରଧାନ,ବଡ଼ିମୁଣ୍ଡା ସରପଞ୍ଚ ଶ୍ରୀ ବଦନ ପ୍ରଧାନ,ବାହାଡାସାହି ସମିତିସଭ୍ୟ ଜୁନେଶ ଦିଗାଲ, ପାଙ୍ଗାବିଦୀଙ୍ଗିଆ ୱାର୍ଡ ମେମ୍ବର ଲତିମା ଦିଗାଲ, ସାମାଜିକ କର୍ମୀ ସଂଜୀବ ଦିଗାଲ,ଙ୍କ ସମେତ ଗାର୍ଡିଙ୍ଗିଆ, ବୁର୍ବୀନାଯୁ, ବଡ଼ିମୁଣ୍ଡା, ବାହାଡା ସାହି, କଟିମାହା, ଓ ପିକରଡ଼ି ପଂଚାୟତ ମାନବ ସମାଜକୁ ଭଲ ପାଉଥିବା ବ୍ୟକ୍ତି ବୃନ୍ଦ ଉକ୍ତ ମହତ କାର୍ଯ୍ୟରେ ଯୋଗଦାନ ଦେଇ ଆଜିର କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l