ଗଞ୍ଜାମ ଜିଲ୍ଲା ସାମାଜିକ ନାଟକ “କାହାକୁ କହିବି ଦୁଃଖ କାହାଣୀ” ମଞ୍ଚସ୍ଥ।

ଗଞ୍ଜାମ ଜିଲ୍ଲା ସାମାଜିକ ନାଟକ "କାହାକୁ କହିବି ଦୁଃଖ କାହାଣୀ" ମଞ୍ଚସ୍ଥ।

ଗଞ୍ଜାମ ଜିଲ୍ଲା ସାମାଜିକ ନାଟକ “କାହାକୁ କହିବି ଦୁଃଖ କାହାଣୀ” ମଞ୍ଚସ୍ଥ।

ପୋଲସରା ୦୬/୦୮/୨୬ ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ଏକ ସାମାଜିକ ନାଟକ ଅତି ସୁନ୍ଦର ଭାବରେ ଗ୍ରାମର ଯୁବକ ମାନଙ୍କ ଦ୍ବାରା ମଞ୍ଚସ୍ଥ ହୋଇଯାଇଛି।ଚିରିକିପଡା ଶାସନ ପଞ୍ଚାୟତର ସରପଞ୍ଚ ଭଗବାନ ସାହୁଙ୍କ ମାତା ସ୍ବର୍ଗତ ଝରା ସାହୁଙ୍କ ଦ୍ବାଦଶାହ କାର୍ଯ୍ଯ ଉପଲକ୍ଷେ ସାମାଜିକ ନାଟକ ତାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଯୁବ ସଙ୍ଗଠକ ତଥା ନେତା ଓ ସମାଜସେବୀ ଜଗନ୍ନାଥ ବାଢେଇ ମୁଖ୍ୟ ଅତିଥି ରୂପେ ଯୋଗଦାନ ପୂର୍ବକ ଉଦଘାଟନ କରିଥିଲେ। ଏହାସହିତ ସ୍ବର୍ଗତ ଝରା ସାହୁଙ୍କ ଉଦେଶ୍ୟରେ ମା’ର ମମତା ଓ ସନ୍ତାନ ମଧ୍ୟରେ ସମ୍ପର୍କ ଓ ଯେଉଁ ସନ୍ତାନ ପ୍ରତି ମା’ ଆଶ୍ରୀପାଦ ଥାଏ ସେ କେବେବି ଅସୁବିଧାର ସମ୍ମୁଖିନ ହୁଏନାହିଁ ବୋଲି ପ୍ରକାଶ କରିଥିଲେ। ମା’ ଙ୍କ ଆଶ୍ରୀପାଦ ଓ ତାଙ୍କ ବାଣୀ ଶୁଣି ଆଜି ମୁଁ ଚିରିକିପଡା ଶାସନ ଗ୍ରାମପଞ୍ଚାୟତରେ ତିନି ଥର ଲାଗି ଜନପ୍ରତିନିଧି ହୋଇପାରିଛି ସେଥିପାଇଁ ମା’ କୁ ସଦେବ ଭଲ ପାଆନ୍ତୁ ବୋଲି ସରପଞ୍ଚ ଶ୍ରୀ ସାହୁ ପ୍ରକାଶ କରିଥିଲେ।ସତ୍ୟନାରାୟଣ ସାହୁ,ପୃଥିବୀରାଜ ଭଞ୍ଜଦେଓ,ଲଡୁ କିଶୋର ସାହୁ, ରଞ୍ଜନ କୁମାର ସାହୁ,ପ୍ରଶାନ୍ତ କୁମାର ପ୍ରଧାନ,ବିଜୟ କୁମାର ଭୂୟାଁ,ରଘୁନାଥ ଭୂୟାଁ,ମନମୋହନ ଗୌଡ଼, ବସନ୍ତ କରଣ,କୃଷ୍ଣଚନ୍ଦ୍ର ଜେନା, ପ୍ରଦୀପ ସାହୁ, ସଞ୍ଜୟ ସାହୁ, ସରୋଜ କୁମାର ସ୍ବାଇଁ, ଜିତେନ୍ଦ୍ର କୁମାର ନାୟକ,ମୁନା ପ୍ରଧାନ, ପତିତପାବନ ବିଷୋୟୀ,ଶଙ୍କର ଗୌଡ଼, ପ୍ରଶାନ୍ତ ଗୌଡ , ମନୋଜ କୁମାର ପ୍ରଧାନ, ମନୋଜ କୁମାର ବିଷୋୟୀ,ଲୁଲୁ ସାହୁ ଓ ରଜ କୁଇନ୍ ଖୁସି ପ୍ରଧାନ ସମେତ ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସ୍ବର୍ଗତ ଝରା ସାହୁଙ୍କ ସ୍ମୃତି ଚାରଣ କରିବା ସହିତ ଯୁବ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ନିର୍ଦ୍ଦେଶନାର ଦାୟିତ୍ୱ ସୁନିଲ କୁମାର ସ୍ବାଇଁ,ମଞ୍ଚ ପରିଚାଳନା ପ୍ରସାଦ ସାହୁ,ମଞ୍ଚ ସଜ୍ଜା ସଞ୍ଜୟ ଚିତ୍ରାଳୟ କରିଥିବା ବେଳେ ନାରାୟଣ ସାହୁ,ଅରୁଣ ସାହୁ, ଜିତେନ୍ଦ୍ର ସାହୁ, ବସନ୍ତ ପ୍ରଧାନ ସମେତ ଚିରିକିପଡା ଶାସନ ଗ୍ରାମବାସୀ ଓ ଯୁବଗୋଷ୍ଠୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ