ସଂକୁଳ ସ୍ତରୀୟ ଶିକ୍ଷା ପରିଷଦ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି।
ବରଗଡ ୨,୮(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂକୁଳ ସ୍ତରୀୟ ଶିକ୍ଷା ପରିଷଦ କାର୍ଯ୍ୟଶାଳା ସଂକୁଳ ପ୍ରମୁଖ ଡା. ବିବେକାନନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏବଂ ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଅବସରରେ ସଂକୁଳ ପ୍ରମୁଖ ଡା. ବିବେକାନନ୍ଦ ପଣ୍ଡା ଦୀପ ପ୍ରଜ୍ଜଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରି ଆଶୀର୍ବଚନ ପ୍ରଦାନ କରିଥିଲେ।ବରଗଡ଼ ବିଭାଗ ନିରୀକ୍ଷକ ଶ୍ରୀଯୁକ୍ତ ଦୀନବନ୍ଧୁ ଦାଶ ଗୁରୁମା, ଗୁରୁଜୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନରେନ୍ଦ୍ର ରଣା ସ୍ବାଗତ ଭାଷଣ ତଥା ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ।ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍ ଓ ଶ୍ରୀଯୁକ୍ତ କ୍ଷୀରେନ୍ଦ୍ର ରଣା ମଞ୍ଚାସୀନ ଥିଲେ।ଉଦଯାପନୀ ଉତ୍ସବରେ ସହ ଜିଲ୍ଲା ପ୍ରମୁଖ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ଦାଶ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ।ଶିଶୁ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଂକୁଳ ଅନ୍ତର୍ଗତ ୯ଟି ବିଦ୍ୟାଳୟରୁ ୪୬ ଜଣ ଗୁରୁଜୀ, ଗୁରୁମା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଝିଲିମିଣ୍ଡା ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସଭା ସଂଯୋଜନା କରିଥିଲେ।ପରିଶେଷରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ବେଦବର ପ୍ରଧାନ ମାର୍ଗଦର୍ଶନ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ଗୁରୁଜୀ, ଗୁରୁମା ଓ ସେବିକା ସାହାଯ୍ୟ ଓ ସହଯୋଗ କରିଥିଲେ।
