କୋଳନରା ବ୍ଲକ ସାମ୍ବାଦିକ ସଙ୍ଘ ଗଠିତ

କୋଳନରା ବ୍ଲକ ସାମ୍ବାଦିକ ସଙ୍ଘ ଗଠିତ

କୋଳନରା ବ୍ଲକ ସାମ୍ବାଦିକ ସଙ୍ଘ ଗଠିତ

ରାୟଗଡ( info media ) ରାୟଗଡ ଜ଼ିଲ୍ଲା କୋଳନରା ବ୍ଲକ ର ସମ୍ବାଦିକ ମାନଙ୍କୁ ନେଇ କୋଳନରା ମେଡ଼ିଆ ସେଲ ନାମ ରେ ଏକ ସଂଘ ଗଠିତ ହୋଇଯାଇଛି l ସୂଚନା ଯୋଗ୍ୟଯେ ଗତ ରବିବାର 26.07.2026 ରେ କୋଳନରା ରେ ଅଧିଷ୍ଠାତ୍ରୀ ଦେବି ମା ମଝିଘରିଆଣି ଙ୍କ ମନ୍ଦିରରେ କୋଳନରା ବ୍ଲକ ରେ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ନରେନ୍ଦ୍ର ନିଶାଲ ( ସୋନୁ ବାଘ ) ଙ୍କୁ କୋଳନରା ମେଡ଼ିଆ ସେଲ ରେ ସଭାପତି ଭାବେ ଚୟନ କରାଯାଇଥିଲା l ଏହି ବୈଠକରେ ସମସ୍ତଙ୍କ ନିଷ୍ପତି ଅନୁଯାଇ ମିଡ଼ିଆ ସେଲ ସଭାପତି ସୋନୁ ବାଘଙ୍କ ସଭାପତିତ୍ୱରେ ଆଜି 2/8/2026 ରେ କୋଳନରା ଗ୍ରାମର ମା’ ଦ୍ୱାର ସେନୀ, ବାଟମଙ୍ଗଳl ଓ ମା’ ସନ୍ତୋଷୀ ମନ୍ଦିର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ ସଂଘରେ ଅନ୍ୟ କର୍ମକର୍ତାଙ୍କ ନାମ ସର୍ବସମତି କ୍ରମେ ଅକ୍ଷୟ ମହାନଦିଆ ଯୁଗ୍ମ ସମ୍ପାଦକ, ନିତ୍ୟାନନ୍ଦ ବୈଷ୍ଣବ ଉପସଭାପତି, ସମ୍ପାଦକ ଭାବେ ସଚ୍ଚିଦାନନ୍ଦ ମହାପାତ୍ର କୋଷାଧକ୍ଷ ପୃଥିବୀ ରାଜ ମହାନ୍ତିଙ୍କୁ ଚୟନ କରାଯାଇଛି l ବ୍ଲକ ସ୍ତର ରେ ସାମ୍ବାଦିକ ଙ୍କୁ ଏକତ୍ରିତ କରି ଜନସାଧାରଣ ଙ୍କ ଅଭାବ ଅସୁବିଧା କୁ ବ୍ଲକ ପ୍ରଶାସନ ପାଖରେ ପହଞ୍ଚାଇ ଏହାର ସମାଧାନ କରିବା ପାଇଁ ଆମେ ଚେଷ୍ଟିତ ବୋଲି ସଭାପତି ସୋନୁ କହିଛନ୍ତ l ସୂଚନା ଯୋଗ୍ୟଯେ ପୂର୍ବ ରୁ ଗଠିତ କୋଳନରା ମେଡ଼ିଆ ସେଲ ର କର୍ମକର୍ତା ବ୍ଲକ ପ୍ରଶାସନ ଙ୍କ ସହିତ ସାଲିସ ହୋଇ ପ୍ରକୃତ ତଥ୍ୟ ବ୍ଲକ ପ୍ରଶାସନ କୁ ଜଣାଉନଥିଲେ କିନ୍ତୁ ବର୍ତମାନ ରେ ମେଡ଼ିଆ ସେଲ ବ୍ଲକ ପ୍ରସାଶନ ଙ୍କ ସହିତ ମିଳି ଜନସାଧାରଣ ଙ୍କ ଅସୁବିଧା କୁ ପୂରଣ କରିବ ବୋଲି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଂଘ ରେ କର୍ମକର୍ତା କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ. ରିପୋର୍ଟ