ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ଠାରେ ବିଦ୍ଯାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।

ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ଠାରେ ବିଦ୍ଯାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।

ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ଠାରେ ବିଦ୍ଯାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।

ବରଗଡ ୨,୮(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ବିଜ୍ଞାନ ପ୍ରମୁଖ ନୂତନଭୋଇଙ୍କ ତତ୍ତ୍ଵାବଧାନରେ‘ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସଂଜୀବ କୁମାର ପ୍ରଧାନ ମା’ ବାଗ୍ ଦେବୀଙ୍କ ସମ୍ମୁଖରେ ଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଶିଶୁ ଭାଇ ଭଉଣୀଙ୍କ ମାର୍ଗଦର୍ଶନ କରିଥିବା ବେଳେ ଶ୍ରୀଯୁକ୍ତ ରଞ୍ଜନ ନାଏକ କାର୍ଯ୍ୟକ୍ରମର ସମାରୋପ କରିଥିଲେ। ବିଚାରକ ଭାବରେ ସଂଜୀବ ପଣ୍ଡା,ଓମ୍ ପ୍ରକାଶ ମେହେର, ଧୀରଜ ଭୋଇ, ଶିଶୁପାଳ ନାୟକ,ପ୍ରତାପ କେଶରୀ ବହିଦାର, ଅମିତ୍‌ ଛନ୍ଦ, ସୋନାଲି ଛନ୍ଦ, ଭୂମିସୂତା ରାଉତିଆ, ଗଙ୍ଗାଧର ମେହେର ଯୋଗ ଦେଇଥିଲେ।ଏଥିରେ ଉଦୟବର୍ଗରୁ ୭୦ ଟି, ଶିଶୁବର୍ଗରୁ ୪୭ ଟି, ବାଳବର୍ଗରୁ ୨୮ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଛି। କୃତୀ ପ୍ରତିଯୋଗୀ ମାନେ ପୁରସ୍କୃତ ହୋଇଥିଲେ।ଗୁରୁଜୀ ସମୀର ମେହେର କାର୍ଯ୍ୟକ୍ରମ ପରିଚାଳନାରେ ପଦ୍ମ ଲୋଚନ ପଟେଲ ଅତିଥି ତଥା ବିଚାରକ ମଣ୍ଡଳୀର ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ କିଶୋର କୁମାର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଚାଳନା କମିଟୀର ସଭାପତି ଭିକାରୀ ଚରଣ ଖମାରୀ ଉପସ୍ଥିତ ଥିଲେ। ପରିଚାଳନା କମିଟୀର ସମସ୍ତ ସଦସ୍ୟ ସଦସ୍ୟା ଓ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟିତ ହୋଇଛି।