କାଦୋବାହାଲ /ଝରାପାଲି ଲାୟନ୍ସ କ୍ଲବର ପଦବୀ ସ୍ଥାପନ ଦିବସ ପାଳିତ ହୋଇଯାଇଛି।

କାଦୋବାହାଲ /ଝରାପାଲି ଲାୟନ୍ସ କ୍ଲବର ପଦବୀ ସ୍ଥାପନ ଦିବସ ପାଳିତ ହୋଇଯାଇଛି।

କାଦୋବାହାଲ /ଝରାପାଲି ଲାୟନ୍ସ କ୍ଲବର ପଦବୀ ସ୍ଥାପନ ଦିବସ ପାଳିତ ହୋଇଯାଇଛି।

ବରଗଡ – ୩୧,୭(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା କାଦୋବାହାଲ /ଝରାପାଲି ଲାୟନ୍ସ କ୍ଲବ ର ପଦବୀ ସ୍ଥାପନ ଦିବସ ଶୁକ୍ରବାର ଥୁଆପାଲି ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।   ଲାୟନ୍ସ ଯୋଗେଶ ଶର୍ମାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିଥି ଭାବେ ଭାଇସ ଗଭର୍ନର ଲାୟନ୍ସ ଚିତ୍ତ ରଞ୍ଜନ ଦାଶ, ଲାୟନ ସନ୍ତୋଷିନୀ ରଥ କେବିନେଟ ସଦସ୍ୟ, ଲାୟନ ପ୍ରଦୀପ ତାୟଲ, ଲାୟନ ଉମା ଶଙ୍କର ଗୌଡ଼ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଲାୟନ୍ସ ଡ଼ ଅରୁଣ ଶର୍ମା ସଭା ପରିଚାଳନା କରି ଥିବାବେଳେ ଲାୟନ୍ସ ରଶ୍ମି ରଞ୍ଜନ ପାଢ଼ୀ ଧନ୍ୟବାଦ ଦେଇଥିଲେ। ଚଳିତ ୨୬/୨୭ ବର୍ଷ ପାଇଁ କାଦୋବାହାଲ /ଝରାପାଲି ଲାୟନ୍ସ କ୍ଲବର ସଭାପତି ଭାବେ ଲାୟନ୍ସ ସୁନୀଲ ଅଗ୍ରୱାଲ,ସମ୍ପାଦକ ଭାବେ ଲାୟନ୍ସ ଡ଼.ଅରୁଣ ଶର୍ମା,କୋଷାଧକ୍ଷ ଭାବେ ଲାୟନ୍ସ ହିମାଂଶୁ ହୋତାଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରା ଯାଇଥିଲା। ଫଗୁନୁ ଯୁଆଡି, ରାଜ କିଶୋର ମେହେର,ରାଜେଶ ପାଣ୍ଡେ,, ପବନ ରାମୁକା, ମୁକୁନ୍ଦ ଷଡ଼ଙ୍ଗୀ ନୂତନ ସଦସ୍ୟ ଭାବେ ଯୋଗଦାନ କରି ଶପଥ ପାଠ କରିଥିଲେ। ପରିଚାଳନା ରେ କ୍ଲବର ସଦସ୍ୟ ମାନେ ସହଯୋଗ କରିଥିଲେ।